କେନ୍ଦୁଝର:ଜିଲ୍ଲାର ଘଟଗାଁ ବ୍ଲକ ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ସକାଳ ୭.୦୦ଟାରୁ ପାଇଁ ଆରମ୍ଭ ହୋଇଛି ମତଦାନ । ସୁରକ୍ଷାକୁ ଦୃଷ୍ଟିରେ ରଖି ଭୋଟଗ୍ରହଣ କେନ୍ଦ୍ରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମତଦାନ ପାଇଁ ଢେଙ୍କିକୋଟ ଜୋନ୍ ଅଞ୍ଚଳର ୧୦ଟି ପଞ୍ଚାୟତରେ ମୋଟ ୧୧୩ଟି ବୁଥ କରାଯାଇଛି ।
କେନ୍ଦୁଝର ୮ନଂ ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନ, ଚାଲିଛି ମତଦାନ - ଜିଲ୍ଲା ପରିଷଦ ଉପନିର୍ବାଚନ
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଅଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଭୋଟକେନ୍ଦ୍ର ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅଧିକ ପଢ଼ନ୍ତୁ
କେନ୍ଦୁଝର ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଚାଲିଛି ମତଦାନ
୧୧୩ଜଣ ପ୍ରିଜାଇଡିଂ ଅଧିକାରୀ ସମସ୍ତ ବୁଥରେ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ପ୍ରତି ବୁଥରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଉକ୍ତ ଜୋନରେ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟ ହୋଇଥିବାରୁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ପରିଷଦରେ ମୋଟ ୩୭ ଜୋନ ରହିଛି । ପୂର୍ବରୁ ବିଜେଡି ୩୩ ଓ ବିଜେପି ୩ଟି ଜିତିଥିବା ବେଳେ ଶାସକ BJD ଅଧ୍ୟକ୍ଷା ପଦ ହାତେଇବାରେ ସଫଳ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ