ଓଡିଶା

odisha

By

Published : Oct 11, 2021, 2:09 PM IST

ETV Bharat / state

ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦ, ଯୁବ କଂଗ୍ରେସର ବିକ୍ଷୋଭ

ବିଦ୍ୟୁତ, ଗ୍ୟାସ , ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୁ ହୁ ହେଇ ବଢି ଚାଲିଛି । ଏନେଇ ଆଜି କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦ; ଯୁବ କଂଗ୍ରେସର ବିକ୍ଷୋଭ
ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦ; ଯୁବ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର:ବିଦ୍ୟୁତ, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୁ ହୁ ହେଇ ବଢି ଚାଲିଛି । ଏନେଇ ଆଜି କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରାରେ ଆସିଥିଲେ ।

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦ; ଯୁବ କଂଗ୍ରେସର ବିକ୍ଷୋଭ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି ଦରବୃଦ୍ଧିକୁ ଉପରେ ସରକାର ରୋକ ନ ଲଗାଇଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details