କେନ୍ଦୁଝର:ସଦର ଥାନା ହୁଣ୍ଡୁଳା ଗ୍ରାମରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପୋଡି ନିର୍ମମ ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ପ୍ରଣବ ମହାନ୍ତ । ଗ୍ରାମର ଭୁବନ ଦାସ ଏବଂ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ପ୍ରଣବର ପରିବାର ଲୋକଙ୍କ କହିବା ଅନୁଯାୟୀ, ‘‘ପ୍ରଣବ ନିଶା ଦ୍ରବ୍ୟ ଖାଇ ଭୁବନ ଦାସଙ୍କ ପରିବାର ଲୋକଙ୍କୁ କୌଣସି କାରଣରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଭୁବନ ଦାସର ପରିବାର ଲୋକେ ମଧ୍ୟ ପ୍ରତି ଆକ୍ରମଣ କରିବାକୁ ପ୍ରଣବ ଘରକୁ ଆସିଥିଲେ । ସେ ଭୟଭୀତ ହୋଇ ଘରକୁ ପଶିଯାଇଥିଲେ । ସେଠାରୁ ନବାହାରିବାରୁ ଭୁବନ ଦାସ ଓ ତାଙ୍କ ପରିବାର ଲୋକେ ଘର ଭିତରକୁ ଲଙ୍କା ଓ କୁଟାରେ ପେଟ୍ରୋଲ ଜାଳି ଘର ଭିତରକୁ ଧୂଆଁ କରିଥିଲେ । ଯାହା ଫଳରେ ପ୍ରଣବ ଘରୁ ଅଣନିଶ୍ୱାସୀ ହୋଇ ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ବାହାରେ ଛପି ରହିଥିବା ଭୁବନଙ୍କ ପରିବାର ଲୋକେ ପ୍ରଣବଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିବା’’ ପରିବାର ଲୋକ ଅଭିଯୋଗ କରିଛନ୍ତି ।