କେନ୍ଦୁଝର: ଜିଲ୍ଲା ସ୍ଥିତ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ନାଳକୁ ଶୌଚ ପାଇଁ ଯାଇଥିବା ଜଣେ ଯୁବକ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଦନ୍ତା ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହେବାରୁ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଆଜି(ରବିବାର) କେନ୍ଦୁଝର ଜିଲ୍ଲା କରମଙ୍ଗି ଗାଁର ସନ୍ତୋଷ ନାୟକ ନାମକ ଜଣେ ଯୁବକ ଗାଁ ପାଖ ଜଙ୍ଗଲରେ ଥିବା ଏକ ନାଳକୁ ଶୌଚ ପାଇଁ ଯାଇଥିଲେ । ଅନ୍ୟଏକ ସ୍ଥାନରେ ହାତୀପଲ ଚାଷଜମିରେ ଫସଲ ନଷ୍ଟ କରୁଥିବାରୁ କିଛି ଯୁବକ ହାତୀପଲଙ୍କୁ ଘଉଡାଉଥିଲେ । ଏହିସମୟରେ ସନ୍ତୋଷ ଦନ୍ତାହାତୀଙ୍କ ସମ୍ମୁଖରେ ପଡିଯାଇଥିଲେ ।