ଆନନ୍ଦପୁର: ସେଲ୍ଫି ହେଲା କାଳ । ସେଲ୍ଫି ଉଠାଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହାରପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ସାନଖମ୍ବ ନିକଟରେ । ନଦୀରେ ପାଣି ସ୍ରୋତ ବଢି ଯାଇ ଥିବାରୁ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରିବା ସମ୍ଭବ ହୋଇନାହିଁ ।
ସେଲ୍ଫି ହେଲା କାଳ, ବୈତରଣୀ ନଦୀରେ ଭାସିଯାଇ ଯୁବକ ନିଖୋଜ - ବୈତରଣୀ ନଦୀ
ସେଲ୍ଫି ହେଲା କାଳ । ସେଲ୍ଫି ଉଠାଇବା ବେଳେ ବୈତରଣୀ ନଦୀରେ ଭାସିଗଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହାରପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ସାନଖମ୍ବ ନିକଟରେ । ଅଧିକ ପଢନ୍ତୁ...
ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଝାରଖଣ୍ଡ ରାଜ୍ୟ ଚାଇଁବସା ଅଞ୍ଚଳର ଶ୍ରୀରାମ ହୁଣ୍ଡରା । ସେ ତାଙ୍କ ସମ୍ପର୍କୀୟ ଘର କରଞ୍ଜିଆକୁ ବୁଲିଆସିଥିବା ବେଳେ ଗତକାଲି ସମ୍ପର୍କୀୟ ଅଙ୍କିତ ପେରିୱାଲ ଓ ଶ୍ରୀରାମ ହୁଣ୍ଡରା ସାନଖମ୍ବ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେଲ୍ଫି ନେଉଥିବା ବେଳେ ପାଖରେ ଥିବା ବୈତରଣୀ ନଦୀରେ ଅସାବଧାନତା ହେତୁ ସମ୍ପର୍କୀୟ ଏବଂ ସେ ଖସି ପଡ଼ିଥିଲେ । ତେବେ ସାଙ୍ଗ ମାନେ ଅଙ୍କିତ ପେରିୱାଲଙ୍କୁ ଉଦ୍ଧାର କରିଥିବା ବେଳେ ସମ୍ପର୍କିୟ ଶ୍ରୀରାମ ଭାସି ଯାଇଥିଲେ । ତେବେ ଗତକାଲି ଦିନ ୨ଟା ସମୟରେ ଏପରି ଘଟଣା ଘଟିଥିବା ବେଳେ ନିଖୋଜ ଯୁବଜଣଙ୍କୁ ଖୋଜି ପାଇନି ଅଗ୍ନିଶମ ବିଭାଗ । ଆଜି ଠାକୁରମୁଣ୍ଡା ଓ ପାଟଣାରୁ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ , ଇଟିଭି ଭାରତ