ଓଡିଶା

odisha

ETV Bharat / state

UPSCରେ ଚତୁର୍ଥ ସ୍ଥାନ ସହ ରାଜ୍ୟ ପାଇଁ ଗର୍ବ ଆଣିଲେ ବଡ଼ବିଲର ୟାଶ ଜଲୁକା

ଚଳିତ ବର୍ଷର UPSC ପରୀକ୍ଷାରେ ବଡ଼ବିଲର ୟାଶ ଜଲୁକାଙ୍କ ଉଲ୍ଲେଖନୀୟ ସଫଳତା । ପ୍ରଥମ ପ୍ରଚେଷ୍ଟାରେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରି ରାଜ୍ୟ ପାଇଁ ଆଣିଲେ ଗୌରବ । ଅଧିକ ପଢନ୍ତୁ...

UPSC ୪ର୍ଥ ରାଙ୍କ ସହ ରାଜ୍ୟ ପାଇଁ ଗର୍ବ ଆଣିଲେ ବଡ଼ବିଲର ୟାଶ ଜଲୁକା
UPSC ୪ର୍ଥ ରାଙ୍କ ସହ ରାଜ୍ୟ ପାଇଁ ଗର୍ବ ଆଣିଲେ ବଡ଼ବିଲର ୟାଶ ଜଲୁକା

By

Published : Sep 25, 2021, 7:52 PM IST

କେନ୍ଦୁଝର: ପ୍ରକାଶ ପାଇଛି ଚଳିତବର୍ଷର UPSC ପରୀକ୍ଷା ଫଳ । ଏଥିରେ ସର୍ବଭାରତୀୟ ସ୍ତରରେ ପ୍ରଥମ ପ୍ରଚେଷ୍ଟାରେ ଚତୁର୍ଥ ସ୍ଥାନ ହାସଲ କରି କେନ୍ଦୁଝର ଜିଲ୍ଲା ତଥା ରାଜ୍ୟକୁ ଗୌରଵାନ୍ବିତ କରିଛନ୍ତି ବଡ଼ବିଲ ନିବାସୀ ୟାଶ ଜାଲୁକା । ୟାସଙ୍କର ଏପରି ଉଲ୍ଲେଖନୀୟ ସଫଳତା ପରେ ବଡ଼ବିଲ ତଥା ସମଗ୍ର ରାଜ୍ୟ ଆନନ୍ଦମୁଖର ହେବା ସହ ୟାସଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

UPSC ୪ର୍ଥ ରାଙ୍କ ସହ ରାଜ୍ୟ ପାଇଁ ଗର୍ବ ଆଣିଲେ ବଡ଼ବିଲର ୟାଶ ଜଲୁକା

ବଡବିଲ ନିବାସୀ ମନୋଜ ଜାଲୁକା ଓ ଶୋଭାଦେବୀଙ୍କ ପୁତ୍ର ୟାଶ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ଧାନବାଦ ସ୍ଥିତ ଡେନଭଲି ଡେଓ୍ବାଡି ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ପରେ ବଡ଼ବିଲସ୍ଥିତ ସେଣ୍ଟ ମ୍ୟାରୀ ସ୍କୁଲରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ । ବୋକାରୋରୁ ଦ୍ବାଦଶ ପଢିବା ପରେ କିରୋଦୀମଲ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରି ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ ୟାସ । ପରେ ସେ ସଂଘ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୟାସ ପରୀକ୍ଷା ପ୍ରସ୍ତୁତି ନେଇ କୌଣସି ଶିକ୍ଷାନୁଷ୍ଠାନରେ କୋଚିଂ ନେଇ ନଥିବାବେଳେ ସେଲ୍ଫଷ୍ଟଡି ଜାରି ରଖିଥିଲେ । ପ୍ରଥମ ପ୍ରେଚଷ୍ଟାରେ ସର୍ବ ଭାରତୀୟ ୪ର୍ଥ ରାଙ୍କ ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ଐତିହାସିକ ସଫଳତା ପାଇଁ ବାପା, ମା’ ଓ ତାଙ୍କ ଭଉଣୀଙ୍କୁ ଶ୍ରେୟ ଦେବା ସହ ଇଚ୍ଛା ଶକ୍ତି ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି କହିଛନ୍ତି ୟାସ । ଆଗାମୀ ଦିନରେ UPSC ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଇଣ୍ଟରନେଟର ସଦୁପଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ୟାସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details