କେନ୍ଦୁଝର: ଜିଲ୍ଲାର ଦେଓବନ୍ଧ ବନଖଣ୍ଡ ଅଧିନସ୍ଥ ପେଣ୍ଠଡିହି ଗ୍ରାମର ସୁରଥ ମହାନ୍ତଙ୍କ ଘରେ ଆଜି ଚଢାଉ କରିଛି ବନ ବିଭାଗ । ସୂଚନା ଅନୁଯାୟୀ ଅନେକ ଦିନରୁ ସୁରଥ ମହନ୍ତ ବେଆଇନ୍ କାଠ ନିର୍ମିତ ଫର୍ଣ୍ଣିଚର୍ ଚାଲାଣ କରୁଥିବାର ଖବର ବନ ବିଭାଗ ପାଇଥିଲେ । ଆଜି କେନ୍ଦୁଝର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ବନବିଭାଗ ଓ ଘଟଗାଁ ବନ ବିଭାଗ ମିଳିତ ହୋଇ ଏକ ଟିମ୍ ଗଠନ କରି ଅତର୍କିତ ଭାବେ ଚଢ଼ାଉ କରିଥିଲେ ।
ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାଠ ନିର୍ମିତ ଫର୍ଣ୍ଣିଚର ସହ ମୂଲ୍ୟବାନ କାଠକୁ ସିଜ କରିଛନ୍ତି । ଏଥି ସହିତ ଫର୍ଣ୍ଣିଚର କାମରେ ଲିପ୍ତ ଥିବା ଉତ୍ତରପ୍ରଦେଶର ଜଣେ ଯୁବକକୁ ଏବଂ ଉକ୍ତ କାଠ ମାଫିଆ ସୁରଥ ମହାନ୍ତଙ୍କୁ ଆରେଷ୍ଟ କରିବାରେ ମଧ୍ୟ ସକ୍ଷମ ହୋଇଛି ବନବିଭାଗ ।