ଓଡିଶା

odisha

By

Published : Aug 12, 2023, 10:27 PM IST

ETV Bharat / state

ସଚେତନତା ମାରଥନ କରି ହସ୍ତୀ ଦିବସ ପାଳିଲା ବନ ବିଭାଗ

ଜାତୀୟ ଐତିହ୍ୟ ପ୍ରାଣୀ ହାତୀ ବର୍ତ୍ତମାନ ବିପଦରେ ରହିଛି । ବିଶ୍ୱ ହସ୍ତୀ ଦିବସ ଅବସରରେ ସଚେତନତା ମାରଥନ ଅନୁଷ୍ଠିତ କରିଥିଲା ବନ ବିଭାଗ । ଅଧିକ ପଢନ୍ତୁ

ହସ୍ତୀ ଦିବସ ପାଳିଲା ବନ ବିଭାଗ
ହସ୍ତୀ ଦିବସ ପାଳିଲା ବନ ବିଭାଗ

ହସ୍ତୀ ଦିବସ ପାଳିଲା ବନ ବିଭାଗ

କେନ୍ଦୁଝର: ଆଜି ବିଶ୍ବ ହସ୍ତୀ ଦିବସ । ହାତୀକୁ ଐତିହ୍ୟ ପ୍ରାଣୀ ବୋଲି ଘୋଷଣା କରାଯାଇଛି । ବାଘ, ଭାଲୁ ଏବଂ ସିଂହ ତୁଳନାରେ ହାତୀକୁ ଶାନ୍ତ ସ୍ବଭାବର ବୋଲି ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ସମୟ ସହିତ ସବୁ ପରିବର୍ତ୍ତନ ହେଉଛି । ଦିନ ଥିଲା ହାତୀ ମଣିଷର ବନ୍ଧୁ ହୋଇଥିଲା କିନ୍ତୁ ଏବେ ଯଦି ଦେଖିବା ବଇରି ସାଜିଛି । ଦିନକୁ ଦିନ ହାତୀ- ମଣିଷ ଲଢେଇ ବୃଦ୍ଧି ପାଇବାରେ ଲାଗିଛି । ଏହି ଲଢେଇ ମଧ୍ୟରେ କେତେବେଳେ ହାତୀର ପ୍ରାଣ ଯାଉଛି ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି ।

ଅଧିକ ପଢନ୍ତୁ: କାହିଁକି ସାତକୋଶିଆରେ ରହୁନାହାଁନ୍ତି ହାତୀ ? ଗାଁରେ ବର୍ଷାଦିନେ ଫସଲ ନଷ୍ଟ କରୁଛନ୍ତି, ଖରାଦିନେ ଆମ୍ବ, ପଣସ ପାଇଁ ଅଭୟାରଣ୍ୟ ଫେରୁନାହାଁନ୍ତି

ଏହି ହାତୀର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ କରିବା ପାଇଁ କେନ୍ଦୁଝର ବନଖଣ୍ଡ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଛି । ସକାଳୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିରାଟ ସଚେତନତା ମାରଥନ ଅନୁଷ୍ଠିତ ହୋଇଥିଲା । ଏହି ମାରାଥନରେ ସହରର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗଦେଇ ସଚେତନତା ସୃଷ୍ଟି କରିଥିଲେ । ପରେ ସ୍ଥାନୀୟ ଅଡିଟୋରିୟମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସିଇଓ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଯୋଗଦେଇଥିଲେ । ହାତୀମାନଙ୍କ ସୁରକ୍ଷା ମନୁଷ୍ୟ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକତା ବୋଲି ପ୍ରକାଶ କରିଥିଲେ ।

ଅଧିକ ପଢନ୍ତୁ: ବୌଦ୍ଧରେ ପାଳନ ହେଲା ବିଶ୍ୱ ହସ୍ତୀ ଦିବସ

ତଥ୍ୟ ଅନୁସାରେ, 2012 ମସିହାରୁ 2022 ମସିହା ମଧ୍ୟରେ ଓଡିଶାରେ ମୋଟ 784 ହାତୀ ଏବଂ 925 ଜଣ ବ୍ୟକ୍ତିଙ୍କ ପ୍ରାଣ ଯାଇଛି । ଅନ୍ୟପଟେ ଚଳିତ ବର୍ଷରେ ଜୁଲାଇ ମାସ ସୁଦ୍ଧା 44ଜଣ ହାତୀଙ୍କ ପ୍ରାଣ ଯାଇଛି । ଯଦି କହିବା ଏବେ ପ୍ରତ୍ୟେକ ମାସରେ ହାତୀ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । କେତେବେଳେ ଗୁଳୀରେ ତ ଆଉ କେତେବେଳେ ବିଦ୍ୟୁତ ଆଘାତ ଏବଂ ଟ୍ରେନ ଧକ୍କାରେ ଜୀବନ ଯାଉଛି । ଯଦି ତଥ୍ୟକୁ ଆକଳନ କରିବା ହାତୀ ମୃତ୍ୟୁହାର ଏହି ତୁଳନାରେ ବୃଦ୍ଧି ପାଇବ ତାହେଲେ ଆଗାମୀ ଦିନରେ ହାତୀ ବଂଶ ଲୋପ ପାଇଯିବ । ହାତୀମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ମାଳା ମାଳ ଆଇନ ପ୍ରଣୟନ ହେଉଛି କିନ୍ତୁ ବନ ବିଭାଗ ହାତୀ ମୃତ୍ୟୁ ରୋକିବାରେ ଫେଲ ମାରିଛି ।

ଇଟଭି ଭାରତ, କେନ୍ଦୁଝର

ABOUT THE AUTHOR

...view details