ଓଡିଶା

odisha

ETV Bharat / state

ଆହାର ଗାଡ଼ିରେ କାଠ ଚୋରା ଚାଲାଣ, ଗାଡି ଜବତ

ଆହାର ଗାଡିରେ ହେଉଥିଲା କାଠ ଚୋରାଚାଲାଣ । ଖବର ପାଇ ବନବିଭାଗ କେନ୍ଦୁଝର ବଡବିଲ ଠାରେ ଜବତ କରିଛି ଆହାର ଗାଡି ।

By

Published : Jul 23, 2019, 11:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ସୋମବାର ବଡ଼ବିଲ ଅଞ୍ଚଳରେ ଏକ ଗାଡ଼ିରେ କାଠ ବୁହା ହେଉଥିବା ବେଳେ ଜଙ୍ଗଲ ବିଭାଗ ଏହାକୁ ଧରିବାକୁ ସଫଳ ହୋଇଛି । ଗାଡିଟି ବଡ଼ବିଲ ଅଞ୍ଚଳରେ ଖାଦ୍ୟ ଯୋଗାଣ କରୁଥିବା ଆହାର କେନ୍ଦ୍ରର ବୋଲି ଜଣା ପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଉକ୍ତ ଗାଡ଼ିରେ ପ୍ରତିଦିନ କାଶିଆ, ବୁରୁହାତୀଙ୍ଗ, ଜାଗଦା ସାହିରୁ ବହୁ ଚୋରା କାଠ ଯାଉଥିବା ଜଙ୍ଗଲ ବିଭାଗ ଖବର ପାଇ ଚଢ଼ାଉ କରିଥିବା ଜଣାପଡ଼ିଛି । ଗାଡ଼ିରେ ଆହାର କେନ୍ଦ୍ରର ରୋଷେଇ ପାଇଁ ଏହି କାଠ ଯାଉଥିବା ଗାଡିର ଡ୍ରାଇଭର ପ୍ରକାଶ କରିଥିଲା । ଗାଡିଟିକୁ ଜଙ୍ଗଲ ବିଭାଗ ଜବତ କରିଥିବା ବେଳେ ପରେ ଛାଡ଼ିଦେଇଥିବା ସୂଚନା ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details