ଆନନ୍ଦପୁର:ଦିନକୁ ଦିନ ବଢିବାରେ ଲାଗିଛି ଚୋରା ଚାଲାଣ । କାଠ ବୋଝେଇ ଗାଡିକୁ ଜବତ କଲା ବନ ବିଭାଗ । ଏହାସହ 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା କାଠର ମୂଲ୍ୟ 60 ହଜାରରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
60 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ, 2 ଗିରଫ - wood seized in keonjhar
କେନ୍ଦୁଝରରେ ବଢୁଛି କାଠ ଚୋରା ଚାଲାଣ । 2 ଗିରଫ, ତଦନ୍ତ ଜାରି । ଅଧିକ ପଢନ୍ତୁ...
ଚୋରା କାଠ ଜବତ, 2 ଗିରଫ
ଚୋରା କାଠ ଜବତ, 2 ଗିରଫ
ସୂଚନା ଅନୁସାରେ, କାଠ ଚାଲାଣ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଙ୍ଗଲ ବିଭାଗର ଗୋଟିଏ ଟିମ କେନ୍ଦୁଝରର ଗୋହିରା ନିକଟରେ ଜଗି ରହିଥିଲା । ଗାଡିଟି ସେହି ରାସ୍ତା ଦେଇ ଯିବା ସମୟରେ କର୍ମଚାରୀ ଅଟକାଇବା ସହ ଗାଡିରୁ ଚାଲାଣ ହେଉଥିବା ମୂଲ୍ୟବାନ କାଠକୁ ଜବତ କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ