କେନ୍ଦୁଝର: ଚୋରା ଶାଳ କାଠ ଜବତ, ଅଭିଯୁକ୍ତ ଫେରାର୍ । କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ୍ ଅଧିନସ୍ଥ ପିଏଚଡି ଅଞ୍ଚଳର କାଳନ୍ଦୀ ସାହିରୁ ଚୋରା ଶାଳକାଠ ଜବତ ହୋଇଛି ।
ଚୋରା ଶାଳକାଠ ଜବତ, ଅଭିଯୁକ୍ତ ଫେରାର୍ - କେନ୍ଦୁଝର ଚୋରା ଶାଳକାଠ ଜବତ
କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜରୁ 37 ଖଣ୍ଡ ଚୋରା ଶାଳକାଠ ଜବତ କରିଛି ବନବିଭାଗ । ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ...
ଚୋରା ଶାଳକାଠ ଜବତ, ଅଭିଯୁକ୍ତ ଫେରାର୍
ଚୋରା ଶାଳକାଠ ଜବତ, ଅଭିଯୁକ୍ତ ଫେରାର୍
କୌଣସି ସୂତ୍ରରୁ ଖବରପାଇ କେନ୍ଦୁଝର ଜିଲ୍ଲାର ବଡ଼ବିଲ ବନବିଭାଗ ପକ୍ଷରୁ ରେଞ୍ଜର ମଧୂସୁଦନ ପାତ୍ରଙ୍କ ନେତୃତ୍ବରେ କାଳନ୍ଦୀ ସାହିରେ ଥିବା ରାଜୁ ଖାନ୍ ନାମକ ବ୍ୟକ୍ତିଙ୍କ ଘରେ ଅଚାନକ ଚଢ଼ଉ କରାଯାଇଥିଲା । ରାଜୁ ଖାନ୍ ସେଠାରୁ ଫେରାର୍ ହୋଇଯାଇଛନ୍ତି । ଏହି ଚଢ଼ାଉ ବେଳେ ଘରଭିତରେ ୩୭ ଖଣ୍ଡ ଚୋରା ସାଇଜ୍ ଶାଳକାଠକୁ ବିଭାଗ ଜବତ କରିଛି । ଜବତ୍ କାଠ ୧୯ ଘନଫୁଟ୍ ହେବ ଏବଂ ଏହାର ମୂଲ୍ୟ ପାଖାପାଖି ୩୦ ହଜାର ଟଙ୍କା ହେବ ବୋଲି ବନବିଭାଗ ସୂଚନା ଦେଇଛି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ