ଓଡିଶା

odisha

ETV Bharat / state

ଚାଲିଥିଲା କାଠ ଚୋରାଚାଲାଣ, ଧରିଲା ବନବିଭାଗ

କେନ୍ଦୁଝରରୁ ବେଆଇନ ଭାବେ କାଠ ଚାଲାଣ ହେଉଥିବା ବେଳେ ବନବିଭାଗ ପିକଅପକୁ ଜବତ କରିଛି । ଅଧିକ ପଢନ୍ତୁ...

By

Published : Feb 19, 2021, 2:13 PM IST

Wood loaded pick-up seized in keonjhar
କେନ୍ଦୁଝରରେ ଚୋରା ଚାଲାଣ କାଠ ବୋଝେଇ ପିକଅପ ଜବତ

କେନ୍ଦୁଝର: ଜିଲ୍ଲାର ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଚୋରା ଚାଲାଣ ହେଉଥିବା କାଠ ବୋଝେଇ ପିକଅପକୁ ବନ ବିଭାଗ ଜବତ କରିଛି । ଏହି ପିକଅପ ପ୍ରାୟ ଷାଠିଏ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାଠକୁ ଚାଲାଣ କରୁଥିବା ସୂଚନା ମିଳିଛି ।

ଶୁକ୍ରବାର ଘଟଗାଁ ଥାନା ଅନ୍ତର୍ଗତ ସୀତାବିଞ୍ଚ ପଟୁ ଢେଙ୍କିକୋଟ ଅଭିମୁଖେ ଏକ କାଠ ବୋଝେଇ ପିକଅପ ଭ୍ୟାନ ଆସୁଥିବାର ବନ ବିଭାଗକୁ ଖବର ମିଳିଥିଲା । କାଠ ବୋଝେଇ ପିକଅପ୍ ଭ୍ୟାନଟି ଖସି ପଳାଇବାକୁ ଉଦ୍ୟମ କରୁଥିଲା । କିନ୍ତୁ ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ବନ ବିଭାଗର ବୋଲେରୋ ସହ ମୁହାଁମୁହିଁ ହେବା ଫଳରେ ପିକଅପ ଷ୍ଟାର୍ଟ ବନ୍ଦ ହୋଇଯିବାରୁ ସେଠାରେ ଅଟକି ଯାଇଥିଲା । ଏହି ସମୟରେ ବନ ବିଭାଗ ପିକଅପକୁ ଜବତ କରିଥିଲେ ।

କେନ୍ଦୁଝରରେ ଚୋରା ଚାଲାଣ କାଠ ବୋଝେଇ ପିକଅପ ଜବତ

ଯାହା ଫଳରେ କାଠ ମାଫିଆମାନେ ଗାଡି ଛାଡି ସେଠାରୁ ଦୌଡ଼ି ପଳାଇଥିଲେ । ଘଟଗାଁ ରେଞ୍ଜର ଉକ୍ତ ଗାଡ଼ିଟିକୁ ଜବତ କରି କ୍ରେନ ସାହାଯ୍ୟରେ ଘଟଗାଁ ବନଖଣ୍ଡ ଅଫିସକୁ ନେଇଥିବା ସହ ଜବତ କାଠର ଆନୁମାନିକ ମୂଲ୍ୟ ଷାଠିଏ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ସୂଚନା ଦେଇଛି । ଏହି ଚଢ଼ାଉରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟ ନାରାୟଣ ପରିଡା, ଘଟଗାଁ ରେଞ୍ଜର ପ୍ରଭାକର କୁଅଁର, ଢେଙ୍କିକୋଟ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ ଏବଂ ବନରକ୍ଷୀ ଯୋଗେଶ୍ବର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details