ଓଡିଶା

odisha

ETV Bharat / state

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ - ମଦ ବିରୋଧୀ ଆନ୍ଦୋଳନ

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରରେ ମହିଳାମାନେ ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଛନ୍ତି । ଆଗାମୀ ଦିନରେ ମଦ ବିକ୍ରୟ ବନ୍ଦ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ :ପ୍ରତିନିଧି, ଆନନ୍ଦପୁର

By

Published : Oct 4, 2019, 8:41 PM IST

Updated : Oct 5, 2019, 4:41 PM IST

ଆନନ୍ଦପୁର: ମହିଳାଙ୍କ ଦ୍ଵାରା ମଦ ବିରୋଧୀ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମହିଳାଙ୍କ ଦ୍ଵାରା ମଦ ବିରୋଧୀ ଆନ୍ଦୋଳନ । ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ଆନ୍ଦୋଳନ ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

୨୦ନଂ ଜାତୀୟ ରାଜପଥ ଜରଦା ଓଭରବ୍ରିଜ୍ ନିକଟରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଛନ୍ତି । ମଦ୍ୟପାନ କାରଣରୁ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ।

ଏନେଇ ଆନ୍ଦୋଳନକାରୀ ମହିଳାମାନେ ରାମଚନ୍ଦ୍ରପୁର ଥାନା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ପୁଣି ମଦ ବିକ୍ରି ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Oct 5, 2019, 4:41 PM IST

ABOUT THE AUTHOR

...view details