କେନ୍ଦୁଝର: ଦିନକୁ ଦିନ ସମାଜରେ ମଦ କାରବାର ବଢ଼ିବାରେ ଲାଗିଛି । ଏହା ସାଙ୍ଗକୁ ଅନ୍ୟାନ୍ୟ ମାଦକ ଦ୍ରବ୍ୟ କାରବାର ମଧ୍ୟ ବୃଦ୍ଧି ପାଇଛି । ଏହା ଦ୍ବାରା ଆଜିର ଯୁବ ସମାଜ ଦିଗଭ୍ରଷ୍ଟ ହେଉଥିବା ବେଳେ ପରିବାର ମଧ୍ୟରେ ସଂଘର୍ଷ ବୃଦ୍ଧି ପାଉଛି । ଏହି ମାଦକ ଦ୍ରବ୍ୟ ସେବନ ଦ୍ବାରା ଗଣଦୁଷ୍କର୍ମ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ଏକ ସାମାଜିକ ବ୍ୟାଧୀ ପାଲଟିଥିବାରୁ ଏହାକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ।
ମଦ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - women protest for stop to liquor sale in Keonjhar
ଦିନକୁ ଦିନ ସମାଜରେ ମଦ କାରବାର ବଢ଼ିବାରେ ଲାଗିଛି । ଏହାକୁ ବନ୍ଦ କରିବା ଦାବିରେ ଅଣ୍ଟା ଭିଡ଼ିଛି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ସଙ୍ଗଠନ ।
ମଦ ଓ ମାଦକ ଦ୍ରବ୍ୟ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଏନେଇ ସୋମବାର ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନ ପକ୍ଷରୁ ମଦ ଓ ମାଦକ ଦ୍ରବ୍ୟ ବନ୍ଦ କରିବାପାଇଁ ଦାବି କରାଯାଇଥିଲା । ଆଗାମୀ ଦିନରେ ଏହାକୁ ବନ୍ଦ ନକଲେ ପ୍ରତିରୋଧ ଆନ୍ଦୋଳନରେ ଗଢି ଉଠିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ