ଓଡିଶା

odisha

ETV Bharat / state

ମହିଳାଙ୍କ ମଦ ବିରୋଧୀ ଅଭିଯାନ, ଢାଳିଲେ 15 ଲିଟରରୁ ଊର୍ଦ୍ଧ୍ବ ଦେଶୀମଦ

କେନ୍ଦୁଝର ଶୋଷ ଥାନା ଅନ୍ତର୍ଗତ ଠୁଣୀଗା ଗ୍ରାମରେ ଶତାଧିକ ମହିଳା 15 ଲିଟରରୁ ଊର୍ଦ୍ଧ୍ବ ଦେଶୀମଦ ଜବତ କରି ଏହାକୁ ଢାଳି ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

By

Published : Oct 17, 2019, 1:01 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର


ଆନନ୍ଦପୁର: ମଦକୁ ମହିଳାଙ୍କ ବିରୋଧ । ଏହି କ୍ରମରେ କେନ୍ଦୁଝର ଶୋଷ ଥାନା ଅନ୍ତର୍ଗତ ଠୁଣୀଗା ଗ୍ରାମରେ ଶତାଧିକ ମହିଳା ଗୁରୁବାର 15 ଲିଟରରୁ ଊର୍ଦ୍ଧ୍ବ ଦେଶୀମଦ ଜବତ କରି ଏହାକୁ ଢାଳି ନଷ୍ଟ କରିଛନ୍ତି ।

ସୂଚନାନୁସାରେ, ଠୁଣୀଗା ଗ୍ରାମରେ 41ଟି ଘର ଥିବାବେଳେ ସେଠାରେ 102 ପରିବାର ବସବାସ କରୁଛନ୍ତି । ଉକ୍ତ ଗ୍ରାମରେ ମଦ କାରବାର ହେଉଥିବାବେଳେ ଲୋକମାନେ ମଦ ପିଇ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ମାଡପିଟ୍ କରୁଛନ୍ତି । ଏନେଇ ଗ୍ରାମର ମହିଳା ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଫଳରେ ବାଧ୍ୟ ହୋଇ ଅକ୍ଟୋବର 15 ତାରିଖରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଗୁରୁବାର ଗ୍ରାମର ମହିଳା 15 ଲିଟର ମଦ ଜବତ କରିବା ସହ ଏହାକୁ ଅନ୍ୟତ୍ର ଢାଳି ନଷ୍ଟ କରିଛନ୍ତି । ତେବେ ଅନେକ ସମୟରେ ମଦକୁ ବିରୋଧ କରାଯାଉଥିବାବେଳେ କେବେ ପ୍ରଶାସନ ଏଥିପ୍ରତି ସଚେତନ ହେବ ତାହାକୁ ନେଇ ଏବେ ପ୍ରଶ୍ନ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details