କେନ୍ଦୁଝର: ଧୀରେ ଧୀରେ ବଢୁଛି ମିଠା ମକାର ଚାହିଦା । ପାଟି ସୁଆଦିଆକୁ ପକେଟ ମାଲାମାଲ । ଫଳରେ ଛୋଟ କ୍ଷେତରୁ ବଡ ଆକାରରେ କରିବାକୁ ଚାଷୀ ମନ ବଳାଉଛନ୍ତି । ଯାହା ବର୍ତ୍ତମାନର ସବୁଠାରୁ ଲାଭଖୋର ବ୍ୟବସାୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ କିଛି ଦିନ ପରେ ପରିଶ୍ରମର ଫଳ ସୂରୂପ ସୁନାର ଫସଲ କ୍ଷେତରେ ଲହଢି ଭାଙ୍ଗେ । ଏଥିପାଇଁ ତ କେନ୍ଦୁଝର ସଦର ବ୍ଲକ କାଠକରଞ୍ଜିଆ ମନ୍ଦାରମାଳିନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମିଠା ମକା ଚାଷ ପାଇଁ ଅଣ୍ଟା ଭିଡିଛନ୍ତି ।
ମନ୍ଦାରମାଳିନୀ ସ୍ବୟଂ ସହାୟକ ଗୋଷ୍ଠୀର 20 ଜଣ ଆଦିବାସୀ ମହିଳା ପାରମ୍ପରିକ ଚାଷକୁ ଛାଡି ଅର୍ଥକାରୀ ଫସଲ ମିଠା ମକା ଚାଷ ଆରମ୍ଭ କରିଛନ୍ତି । ପୂର୍ବରୁ ଏମାନେ ଟମୋଟୋ, ବାଇଗଣ ଭଳି ପରିବା ଚାଷ କରୁଥିଲେ । ଫଳରେ ଅନେକ ସମୟରେ ଅଭାବି ବିକ୍ରିର ସମ୍ମୁଖୀନ ହେବାକୁ ପଡୁଥିଲା । ଯାହା ଦ୍ବାରା ଘରର ଗୁଜୁରାଣ୍ଟ ମେଣ୍ଟାଇବା ଅତ୍ୟନ୍ତ କାଠିକର ପାଠ ହୋଇପଡିଥିଲା । ଆଉ ଏହି ସମୟରେ ମିଠା ମକାର ଚାହିଦା ଦେଖି କିଛି ମହିଳା ଏକାଠି ହୋଇ ଖାଲି ପଡିଥିବା ପଡିଆରେ ଆରମ୍ଭ କରିଛନ୍ତି ଚାଷ ।