ଓଡିଶା

odisha

ETV Bharat / state

ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ମହିଳା - କେନ୍ଦୁଝର ସଦର ବ୍ଲକର ଟିକର ଗୁମୁରା

ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ଦ୍ଵାରା ଋଣ ନେଇଥିବା ବିଭିନ୍ନ ଗ୍ରୁପର ମହିଳାଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟକୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା
ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା

By

Published : Jun 6, 2020, 12:26 PM IST

କେନ୍ଦୁଝର: ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ଦ୍ଵାରା ଋଣ ନେଇଥିବା ବିଭିନ୍ନ ଗ୍ରୁପର ମହିଳାଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।

ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା

କୋରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ବ । ଏଥିରୁ ବାଦ ପଡିନି ଭାରତ । ଏହିପରି ସମୟରେ ଭାରତ ସରକାରଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ସରକାରମାନେ ଲକଡାଉନ ଓ ସଟଡାଉନ ପରି କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାଫଳରେ ଗରିବ ଲୋକଙ୍କର କାମଧନ୍ଦା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏପରି ସ୍ଥଳରେ ଜୁନ ୩୦ ଯାଏଁ କୌଣସି ଅର୍ଥ ଲଗାଣକାରୀ ସଂସ୍ଥାମାନେ ଅର୍ଥ ଆଦାୟ ନକରିବାକୁ ଦେଶର ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ହେଲେ ସରକାରଙ୍କ ନିୟମକୁ ଖାତିର ନକରି ଲୋକଙ୍କ ଉପରେ ଜୁଲୁମ କରୁଛନ୍ତି ଅର୍ଥ ଲଗାଣକାରୀ ସଂସ୍ଥା । କେନ୍ଦୁଝର ସଦର ବ୍ଲକର ଟିକର ଗୁମୁରା, ମଣ୍ଡୁଆ ଆଦି ପଞ୍ଚାୟତର ମହିଳାଙ୍କ ସମେତ ସହରର ବଡ଼ହଳରେ ବିଭିନ୍ନ ଗ୍ରୁପ କରିଥିବା ମହିଳାମାନେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଜୟ ଲକ୍ଷ୍ମୀ, ଆରୋହଣ, ଏସ କେ ଏସ, ବନ୍ଧନ, ସ୍ପନ୍ଦନା, କେଜିଏଫଏସ, ଉତ୍କର୍ଷ, ଆଶୀର୍ବାଦ ପରି ସଂସ୍ଥାଙ୍କ ପକ୍ଷରୁ ବିଭିନ୍ନ ଗ୍ରୁପର ମହିଳାଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । ଏହା ସହିତ ଟଙ୍କା ନ ଦେଲେ ସୁଧ ସହ ଚକ୍ରବୃଦ୍ଧି ସୁଧ ଓ ତାପରେ ଓଡି କରିଦେବା ପାଇଁ ଧମକ ଦେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ତେବେ ବିଭିନ୍ନ ଗ୍ରୁପରୁ ଆସିଥିବା ମହିଳାମାନେ ଲକଡାଉନରେ କାମଧନ୍ଦା ହରାଇଛନ୍ତି । ଫଳରେ ଆଉ 6 ମାସ ସମୟ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details