ଆନନ୍ଦପୁର: ଜିଲ୍ଲାର ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖାଦେଉଛି । ତେବେ ଏ ନେଇ ଶନିବାର ଗ୍ରାମର ମହିଳାମାନେ ରାସ୍ତାରୋକ କରିଥିବା ସୂଚନା ମିଳିଛି ।
ଦୀର୍ଘଦିନ ଧରି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଯାଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରୁନାହାନ୍ତି । ନଦୀ, ନାଳ ଓ ପୋଖରୀ ଆଦିର ଦୂଷିତ ପାଣି ବ୍ୟବହାର କରି ଗ୍ରାମବାସୀ ନାନା ରୋଗ ସହିତ ଚର୍ମ ରୋଗର ମଧ୍ୟ ଶିକାର ହେଉଛନ୍ତି । ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ନିଜ ସମସ୍ୟା ସଂପର୍କରେ ଅବଗତ କରାଇବା ପରେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।