ଓଡିଶା

odisha

ETV Bharat / state

ପ୍ଲାଷ୍ଟିକକୁ ମନ୍ତ୍ରୀ ଟୁକୁନି ସାହୁଙ୍କ ନାଁ, ଶାଳପତ୍ରରେ ଖାଇଲେ ଟିଫିନ - କେନ୍ଦୁଝର ଖବର

ଦିନିକିଆ କେନ୍ଦୁଝର ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ । ଜିଲ୍ଲା ପରିଦର୍ଶନ କରିବା ସହ କିଛି ଅଙ୍ଗନୱାଡି କେନ୍ଦ୍ରରେ ଧୂଆଁ ଚୁଲା ଓ ପ୍ରେସର କୁକର ବାଣ୍ଟିଛନ୍ତି । ଏହାସହ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶାଳ ପତ୍ରରେ ଟିଫିନ କରି ସଚେତନାର ବାର୍ତ୍ତା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

By

Published : Sep 18, 2019, 6:39 PM IST

କେନ୍ଦୁଝର: ଦିନିକିଆ କେନ୍ଦୁଝର ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀ ଆଜି ଏଠାରେ ପହଞ୍ଚି କେନ୍ଦୁଝର ସହର ନିକଟସ୍ଥ ଅଙ୍ଗନବାଡ଼ି ଓ ଶିଶୁ ବିକାଶ କେନ୍ଦ୍ର ବୁଲି ଦେଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ଏହା ସହ ରାଜ୍ୟରେ ପ୍ରଥମ ଭାବେ କିଛି କେନ୍ଦ୍ରରେ ବିନା ଧୂଆଁ ଚୁଲା ଓ ପ୍ରେସର କୁକର ବାଣ୍ଟିଥିଲେ । ପରେ ମନ୍ତ୍ରୀ ସ୍ଥାନୀୟ ଦରବାର ହଲଠାରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ମନ୍ତ୍ରୀ ଜୋର ଦେଇଥିଲେ।

ଏହି ବୈଠକରେ ଜିଲ୍ଲାର ବିଧାୟକ ଓ ସାଂସଦଙ୍କ ସହ ଶିଶୁ ବିକାଶ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ବୈଠକରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଶାଳ ପତ୍ରରେ ଟିଫିନ ଦିଆଯିବା ନେଇ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details