କେନ୍ଦୁଝର: ବାମେବାରୀ ଥାନା ହାତୀମାରା ମୁଣ୍ଡାରେ ବୀଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ଭଜା ନ ଦେବାରୁ ବଚସା ଆଉ ତା ପରେ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଜଙ୍ଗଲକୁ ଟାଣି ନେଇ ଭୁଜାଲିରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି । ହାତୀମାରା ଅଞ୍ଚଳର ରବି ଗୋପଙ୍କ ସ୍ତ୍ରୀ ଉପାସୀଙ୍କୁ ଉକ୍ତ ସାହିର ଜିତୁ ବେଣ୍ଟକର ନାମକ ବ୍ୟକ୍ତି ହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରବି ଯେଉଁ ହୋଟେଲରେ କାମ କରୁଛନ୍ତି, ସେଠାକୁ ଜିତୁ ଖାଇବାକୁ ଯାଇଥିଲେ । ଖାଇବା ସମୟରେ ସେ ରବିଙ୍କୁ ଭଜା ମାଗିଥିଲେ । ରବି ଭଜା ନ ଦେବାରୁ ଜିତୁ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ଏହାପରେ ସେ ନିଶା ଅବସ୍ଥାରେ ରବିଙ୍କ ସ୍ତ୍ରୀ ସହ ଝଗଡ଼ା କରିବା ସହ ଜଙ୍ଗଲକୁ ଟାଣି ଆଣିଥିଲେ ବୋଲି କେତେକ ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ଜଣାପଡ଼ିଛି ।