କେନ୍ଦୁଝର: ହରିଚନ୍ଦପୁର ଥାନା ଅନ୍ତର୍ଗତ ଜାମୁଯୋଡି ପଞ୍ଚାୟତ ଗଦାଧରପୁର ଗାଁରେ ଅଭାବନୀୟ ଘଟଣା । ବ୍ରଜାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଦନାର୍ଦ୍ଦନ ମହାନ୍ତଙ୍କ ପତ୍ନୀ ଚଞ୍ଚଳା ମହାନ୍ତ(30) ।
ଖବର ଅନୁସାରେ, ଚଞ୍ଚଳା ନିଜ ଘର ପାଖ ବିଲକୁ କାମ କରିବାକୁ ଯାଇଥିଲା । ସକାଳୁ ବର୍ଷା ସହ ଘନଘନ ବିଜୁଳି ମାରିଥିଲା । ହେଲେ ବର୍ଷା ଛାଡିବା ପରେ ଚଞ୍ଚଳା ଘରୁ ଫେରିନଥିଲେ । ପରିବାର ଲୋକ ଖୋଜାଖୋଜି କରିବାରୁ ଚଞ୍ଚଳାଙ୍କୁ ବିଲ ମଝିରେ ଅଚତେ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା ।