ଓଡିଶା

odisha

ETV Bharat / state

ସ୍ବାମୀର ଦଶାହରେ ସ୍ତ୍ରୀର ଆତ୍ମହତ୍ୟା - ସ୍ବାମୀର ଦଶାହରେ ସ୍ତ୍ରୀର ଆତ୍ମହତ୍ୟା

ସ୍ବାମୀର ଦଶାହରେ ସ୍ତ୍ରୀର ଆତ୍ମହତ୍ୟା। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା...

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

By

Published : Oct 30, 2019, 11:29 PM IST

ଆନନ୍ଦପୁର: ସ୍ବାମୀର ଦଶାହରେ ସ୍ତ୍ରୀର ଆତ୍ମହତ୍ୟା । ନିଜ ମାଇଁ ସହ ଅବୈଧ ସମ୍ପର୍କକୁ ନେଇ ମାମୁଁକୁ ହତ୍ୟା କରିଥିଲା ଭଣଜା । ତେବେ ଘଟଣା ପ୍ରଘଟ ହେବା ପରେ ଲୋକଲଜ୍ଜାରେ ମାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ହରିପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ଏହି ଗାଁରେ ଗତ ୨୧ ତାରିଖ ଦିନ ରାସ୍ତା କଡରୁ ଗ୍ରାମର ଗୋବର୍ଦ୍ଧନ ନାଥଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ରାମଚନ୍ଦ୍ରପୁର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ବିଭିନ୍ନ ଦିଗରୁ ତଦନ୍ତ ପରେ ଭଣଜା ଗଣିଆର ନିଜ ମାଇଁ ସହ ଅନୈତିକ ସମ୍ପର୍କ ଥିବାର ପ୍ରମାଣ ପାଇଥିଲା ପୋଲିସ । ଏହାପରେ ଗତକାଲି ଗଣିଆକୁ ଥାନାକୁ ଉଠାଇ ଆଣିଥିଲା ରାମଚନ୍ଦ୍ରପୁର ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ତେବେ ପୋଲିସ ନିକଟରେ ନିଜ ମାମୁଁକୁ ହତ୍ୟା କରିଥିବା ସ୍ବୀକାର କରିଥିଲା ଗଣିଆ। ଏହା ସହ ମାଇଁ ସହିତ ତାର ଅନୈତିକ ସମ୍ପର୍କ ଥିବା ପୋଲିସ ନିକଟରେ କହିଥିଲା । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ଲୋକଲଜ୍ଜାରେ ଭୟରେ ମାଇଁ ବୁଧବାର ଘର ଭିତରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ସେପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ତଦନ୍ତ ଜାରି ରଖିଛି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details