ଓଡିଶା

odisha

ETV Bharat / state

ମଦ ନିଶାରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ - Wife killed her husband in keonjhar

ମଦ ନିଶାରେ ସ୍ବାମୀଙ୍କୁ ମାଡି ମାରି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ। ଘଟଣାସମ୍ପର୍କରେ ଟାଉନ ଥାନା ପୋଲିସ ଜାଣିବା ପରେ ଗ୍ରାମରେ ପହଞ୍ଚି ତଦନ୍ତ କରୁଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Nov 4, 2019, 9:35 PM IST


କେନ୍ଦୁଝର: ମଦ ନିଶାରେ ସ୍ବାମୀଙ୍କୁ ମାଡି ମାରି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଟାଉନ ଥାନା ତଳଚମ୍ପେଇ ପଞ୍ଚାୟତର ସାନରଢୁଆଁ ଗ୍ରାମରେ। ମୃତକ ହେଲେ ଢେଣା ଜୁଆଙ୍ଗ।

ସାନରଢୁଆଁ ଗ୍ରାମର ଢେଣା ଜୁଆଙ୍ଗ ଓ ତାଙ୍କ ସ୍ତ୍ରୀ ନେତ ଜୁଆଙ୍ଗ ଶନିବାର କାଠ ବିକିବାକୁ ଯାଇଥିଲେ। ଫେରିବା ବେଳେ ଉଭୟେ ଦେଶୀ ମଦ ପିଇଥିଲେ। ମଦ ନିଶାରେ ନେତ ତା' ସ୍ବାମୀ ଢେଣାକୁ ମାରିଥିବା ସନ୍ଦେହ କରାଯାଉଛି।ସକାଳୁ ଗ୍ରାମବାସୀ ଢେଣା ମରିଥିବା ଦେଖି ଦୂରରେ କାମ କରୁଥିବା ତାଙ୍କ ତିନି ପୁଅଙ୍କୁ ଡକାଇଥିଲେ। ଏହା ପରେ ରବିବାର ରାତିରେ ଗ୍ରାମବାସୀ ମୃତ ଢ଼େଣାର ଅନ୍ତିମ ସଂସ୍କାର କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ପାରିବାରିକ କଳହ କିମ୍ବା ମଦ ନିଶାରେ ନେତ, ଢେଣାକୁ ମାରିଥିବା ପରିବାର ଏବଂ ସ୍ଥାନୀୟବାସୀ ସନ୍ଦେହ କରୁଛନ୍ତି । ସେପଟେ ଘଟଣା ସମ୍ପର୍କରେ ଟାଉନ ଥାନା ପୋଲିସ ଜାଣିବା ପରେ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details