କେନ୍ଦୁଝର:ସାରା ଦେଶରେ ସରକାର ବେସରକାରୀ ହେଉକି ସରକାରୀ ସଂସ୍ଥା ଗୁଡିକରେ ଡିଜିଟାଲାଇଜେସନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଲେଣି । କେନ୍ଦୁଝର ଜିଲ୍ଲା ଏକ ଖଣି ବହୁଳ ଜିଲ୍ଲା । ଏହି ଖଣି ଗୁଡ଼ିକ ମଧ୍ୟରେ ସରକାରୀ ଓ ବେସରକାରୀ ଖଣି କାର୍ଯ୍ୟକ୍ଷମ ରହିଛି । ଏଥିମଧ୍ୟରେ କେନ୍ଦୁଝର ଶୁଆକାଠି ନିକଟସ୍ଥ ଓଡିଶା ଖଣି ନିଗମ ଦ୍ୱାରା ପରିଚାଳିତ ଗନ୍ଧମାର୍ଦ୍ଦନ ଖଣି ଅନ୍ୟତମ । ଜିଲ୍ଲାର ବହୁ ଟ୍ରକ ମାଲିକ ଏହି ଖଣି ଉପରେ ନିର୍ଭର ଆସୁଛନ୍ତି । ଏହି ଖଣିରେ ଲୌହ ପରିବହନ ନେଇ ଟ୍ରକ ମାଲିକ ସଙ୍ଘ ଓ ଓଏମସି ମଧ୍ୟରେ ବିବାଦ ଲାଗି ରହିଥିଲା ।
ବିଶେଷ କରି ବେଆଇନ ଟୋକନ ନେଇ ଲୋଡିଂ ନେଇ ଏହି ବିବାଦ ଲାଗି ରହିଥିଲା । ଏହା ସହ ଖଣିରେ ପ୍ରଵେଶ ନେଇ ଟ୍ରକ ମାଲିକ ଓ ଖଣି କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହୁଥିଲା । କିନ୍ତୁ ଓଡିଶା ଖଣି ନିଗମ ପକ୍ଷରୁ ଉକ୍ତ ଖଣିରେ ଟ୍ରାଫିକ ପରିଚାଳନା ପାଇଁ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ଲୋଡିଂ ପଏଣ୍ଟକୁ ଡିଜିଟାଲାଇଜେସନ କରାଯାଇଛି ।