କେନ୍ଦୁଝର: ଜିଲ୍ଲାରେ ବ୍ୟାପୁଛି ସଂକ୍ରମଣ । ଫଳରେ ରାଜ୍ୟ ସରକାର କେନ୍ଦୁଝରକୁ ଜୋନ-1 ପରିଧି ମଧ୍ୟରେ ରଖିଛନ୍ତି । ଜୁଲାଇ ମାସରେ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ଏହି ସଟଡାଉନ ଲାଗୁ ହେବ ବୋଲି ଜିଲ୍ଲା ପ୍ରଶାସନ ଜଣାଇଛି । ଆଜି ଏହି ସଟଡାଉନର ଦ୍ବିତୀୟ ସପ୍ତାହର ଶନିବାର । ଏଥିପାଇଁ ଜିଲ୍ଲାର ପ୍ରତି ଛକ, ଗଳିରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅତ୍ୟାବଶ୍ୟକ ଦୋକାନ, ଗାଡି ଚଳାଚଳ ଛଡା ଅନ୍ୟସବୁ ବନ୍ଦ ରହିଛି । ଏହି ସଟଡାଉନକୁ ସହରବାସୀ ମଧ୍ୟ ସ୍ବାଗତ କରିଛନ୍ତି । ସଟଡାଉନକୁ ଆହୁରି କଡ଼ାକଡ଼ି କରାଯିବା ସହ ସଚେତନତା ଅଭିଯାନକୁ ଆହୁରି ଗାଁ ଗଣ୍ଡାରେ ବଢେଇବା ଜରୁରୀ ବୋଲି ନାଗରିକ ମାନେ ପ୍ରକାଶ କରିଛନ୍ତି । ଜୁଲାଇ ମାସରେ ଏହି ସଟଡାଉନକୁ କଡାକଡି କରାଯିବ ବୋଲି ଜିଲ୍ଲା ପ୍ରଶାସନ ମଧ୍ୟ ଜଣାଇଛି ।