ଓଡିଶା

odisha

ETV Bharat / state

ଶ୍ରାବଣର ପ୍ରଥମ ସୋମବାର: ବିଭିନ୍ନ ଶୈବପୀଠରେ ଜଳଲାଗି କଲେ କାଉଡିଆ - bolangir

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ପ୍ରଥମ ସୋମବାରରେ ବଲାଙ୍ଗୀର ଓ କେନ୍ଦୁଝରର ବିଭିନ୍ନ ଶୈବପୀଠରେ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର, କେନ୍ଦୁଝର

By

Published : Jul 22, 2019, 10:00 PM IST

ବଲାଙ୍ଗୀର/ କେନ୍ଦୁଝର: କଥାରେ ଅଛି ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଶିବ ଲିଙ୍ଗରେ ଜଳାଭିଷେକ କଲେ କୋଟି ପୂଣ୍ୟ ମିଳିଥାଏ । ଯେଉଁଥିପାଇଁ ନିଜର ମନସ୍କାମନା ପୁରଣ କରିବାକୁ ନେଇ ଶ୍ରାବଣ ମାସର ପ୍ରଥମ ସୋମବାରରେ ହଜାର ହଜାର କାଉଡିଆ ରାଣୀପୁର ଝରିଆଲର ଐତିହାସିକ ପୀଠରେ ସୋମେଶ୍ବର ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ଖାଲି ବଲାଙ୍ଗୀର ନୁହେଁ ପଡୋଶୀ ରାଜ୍ୟ ଛତିଶଗଡରୁ ମଧ୍ୟ ବୋଲବମ ଭକ୍ତ ଆସି ବାବା ସୋମେଶ୍ବରଙ୍କୁ ଜଳାଭିଷେକ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର, କେନ୍ଦୁଝର

ଶ୍ରାବଣ ମାସର ସୋମବାରରେ ମହାଦେବ ଶିବଙ୍କୁ ଦର୍ଶନ କରି ଜଳାଭିଷେକ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ପ୍ରଥମ ପାଳିରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏଥିପାଇଁ ମନ୍ଦିରରେ ଭକ୍ତ ଓ କାଉଡିଆଙ୍କ ଭିଡିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ସେହିପରି ଅନ୍ୟପଟେ କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡି ଦେଖିବାକୁ ମିଳିଥିଲା । ହଜାର ହଜାର କାଉଡିଆ ଶୈବପୀଠରେ ପହଞ୍ଚି ମୁର୍ଗା ମହାଦେବଙ୍କୁ ଜଳାଭିଷେକ କରିଥିଲେ।

ଜିଲ୍ଲାର ବାସୁଦେବପୁର ଠାରେ ପ୍ରବାହିତ ପବିତ୍ର ବୈତରଣୀ ନଦୀରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇ ପାଣି ଉଠାଇ ଥିଲେ । ଏହାପରେ ସେଠାରେ ପୂଜାର୍ଚ୍ଚନା କରି ପାଣି ଭାରକୁ କାନ୍ଧେଇ ୧୩ କିଲୋମିଟର ରାସ୍ତା ଚାଲିଚାଲି ମହାଦେବଙ୍କ ମନ୍ଦିରରେ ଜଳ ଲାଗି କରିଥିଲେ କାଉଡ଼ିଆ ଭାଇ ମାନେ ।

ତେବେ ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ଗ୍ରହଣ ସପ୍ତାହ ଯୋଗୁଁ ଉକ୍ତ ମନ୍ଦିରରେ କାଉଡ଼ିଆଙ୍କ ସଂଖ୍ୟା ଆଜି କମ ପରିଲକ୍ଷିତ ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ ଓ କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details