ଓଡିଶା

odisha

ETV Bharat / state

ଆନନ୍ଦପୁରରେ ପ୍ରବଳ ବର୍ଷା, ବଢୁଛି ବିଭିନ୍ନ ନଦୀର ଜଳସ୍ତର - water level increase

ସାରା ଓଡିଶାରେ ଲାଗିରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଆଉ ବର୍ଷା ଫଳରେ କେନ୍ଦୁଝର ଆନନ୍ଦପୁରର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ଆନନ୍ଦପୁର

By

Published : Sep 7, 2019, 2:35 PM IST

ଆନନ୍ଦପୁର: ଗତକାଲି ରାତିରେ ଆନନ୍ଦପୁର ଉପଖଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେମାଳ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି ।

ଡ୍ୟାମର ଜଳଧାରଣ କ୍ଷମତା ୧୨୧ ମିଟର ଥିବାବେଳେ ଜଳସ୍ତର ୧୨୦.୫୦ମିଟର ରହିଛି । ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୪ ଟି ଗେଟରୁ ଗୋଟିଏ ଗେଟ୍ ଖୋଲା ଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଆନନ୍ଦପୁର

ଏହି ଜଳ ଯାଇ କୁଶେଇ ନଦୀରେ ମିଶୁଥିବାରୁ କୁଶେଇ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଫଳରେ ନଦୀର ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details