ଓଡିଶା

odisha

ETV Bharat / state

ବୈତରଣୀ ନଦୀର ଜଳସ୍ତର ବୃଦ୍ଧି: ଭୟଭୀତ କେନ୍ଦୁଝରବାସୀ

ଗତକାଲି ରାତିରେ ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ହୋଇଛି । ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସୂଚନାଥାଉକି, ନଦୀର ସତର୍କ ସଙ୍କେତ ୩୭.୪୪୫ ମିଟର ଥିବାବେଳେ ବିପଦ ସଂକେତ ରହିଛି ୩୮.୩୬୦ମିଟର ।

By

Published : Aug 19, 2019, 9:03 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବର୍ତ୍ତମାନ ଜଳସ୍ତର ଆସି ୩୬.୪୩୦ ମିଟର ଛୁଇଁଲାଣି । ସୂଚନାଥାଉକି, ନଦୀର ସତର୍କ ସଙ୍କେତ ୩୭.୪୪୫ ମିଟର ଥିବାବେଳେ ବିପଦ ସଂକେତ ରହିଛି ୩୮.୩୬୦ମିଟର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଅନୁଯାୟୀ, ଗତକାଲି ରାତିରେ ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆ, ସ୍ବାମପାଟଣା ଓ ଠାକୁର ମୁଣ୍ଡା ଠାରେ ବର୍ଷା ହୋଇଥିଲା । ଫଳରେ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ନଦୀର ଜଳସ୍ତର ସତର୍କ ସଙ୍କେତ ଠାରୁ ୧ମିଟର ତଳେ ରହିଛି । ଏ ନେଇ ସମ୍ପୂର୍ଣ୍ଣ କେନ୍ଦୁଝରବାସୀ ଭୟଭୀତ ହୋଇ ପଡିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details