କେନ୍ଦୁଝର: ଚାଲିଯାଇଛି ୟସ । କିନ୍ତୁ ଏବେ ବି ଜଳ ବନ୍ଦୀରେ କିଛି ଅଞ୍ଚଳ । ଗତ ଦୁଇ ଦିନ ଧରି ବାତ୍ୟା ୟସ ପ୍ରଭାବରେ ବର୍ଷା ହେବାରୁ ବିଭିନ୍ନ ଛୋଟ ଛୋଟ ନାଳରେ ପାଣି ଆସି ବୈତରଣୀ ନଦୀରେ ଏ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରଭାବିତ ହୋଇଛି ।
ପୋଲ ଉପରେ ଚାଲିଲା ପାଣି, ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ - ବୈତରଣୀ ନଦୀରେ ବନ୍ୟା
ଗତ ଦୁଇ ଦିନ ଧରି ବାତ୍ୟା ୟସ ଯୋଗୁଁ ବର୍ଷା ହେବାରୁ ବୈତରଣୀ ନଦୀରେ ଏ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରଭାବିତ ହୋଇଛି । ଫଳରେ ବମ୍ବେ କୋଲକାତା ଜାତୀୟ ରାଜପଥ ୪୯ ର ତୁରୁମୁଙ୍ଗାଠାରେ ଥିବା ପୋଲ ଉପରେ ପାଣି ଚାଲିବାରୁ ଯାତାୟତ ବନ୍ଦ ରହିଛି । ଅଧିକ ପଢନ୍ତୁ...
![ପୋଲ ଉପରେ ଚାଲିଲା ପାଣି, ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ ପୋଲ ଉପରେ ଚାଲିଲା ପାଣି, ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ](https://etvbharatimages.akamaized.net/etvbharat/prod-images/768-512-11914724-thumbnail-3x2-keonjhar.jpg)
ପୋଲ ଉପରେ ଚାଲିଲା ପାଣି, ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ
ପୋଲ ଉପରେ ଚାଲିଲା ପାଣି, ୪୯ ନମ୍ବର ଜାତୀୟ ରାଜପଥ ବନ୍ଦ
ଏପଟେ ବମ୍ବେ କୋଲକାତା ଜାତୀୟ ରାଜପଥ ୪୯ ର ତୁରୁମୁଙ୍ଗାଠାରେ ଥିବା ପୋଲ ଉପରେ ପାଣି ଚାଲିବାରୁ ଯାତାୟତ ବନ୍ଦ ରହିଛି । ଆଜି(ଗୁରୁବାର) ସକାଳୁ ଏହି ପୋଲ ଉପରେ ବୈତରଣୀର ବନ୍ୟା ଜଳ ପ୍ରଭାହିତ ହେବା ଆରମ୍ବ ହେବା ଫଳରେ ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥ ୪୯ ରେ ଗାଡି ଚଳାଚଳ ବନ୍ଦ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ