ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନବହାରିବା ନେଇ ଆସନ୍ତୋଷ

କେନ୍ଦୁଝରର ଏକମାତ୍ର ଦୃଷ୍ଟିହୀନ ସ୍ବତନ୍ତ୍ର ବିଦ୍ୟାଳୟ ଅଧୀନରେ ଚଳିତବର୍ଷ 8 ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ, ହେଲେ ବାହାରିଲାନାହିଁ ପରୀକ୍ଷା ଫଳ । ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ । ଅଧିକ ପଢନ୍ତୁ...

By

Published : Jun 29, 2021, 10:38 PM IST

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନବହାରିବା ନେଇ ଆସନ୍ତୋଷ
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନବହାରିବା ନେଇ ଆସନ୍ତୋଷ

କେନ୍ଦୁଝର: ବହୁ ଦିନ ଅପେକ୍ଷା ପରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ କଲେ ରାଜ୍ୟ ସରକାର। ଫଳ ପ୍ରକାଶ ପରେ ରାଜ୍ୟ ସାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୂଲ୍ୟାୟନ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ବହୁ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ଆଶାନୁରୂପ ଭଲ ହୋଇନଥିବା ନେଇ ଅଭିଯୋଗ କରିଛନ୍ତି । ସରକାର ଚଳିତ ବର୍ଷ ମାଟ୍ରିକ ଫଳ ନେଇ ଡିଣ୍ଡିମ୍ବ ପିଟିବାରେ ବ୍ୟସ୍ତ । କିନ୍ତୁ ସରକାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିପାରି ନାହାନ୍ତି । ଏପରି ଏକ ଅବ୍ୟବସ୍ଥାର ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନବହାରିବା ନେଇ ଆସନ୍ତୋଷ

କେନ୍ଦୁଝର ଜିଲ୍ଲାର ଏକମାତ୍ର ଦୃଷ୍ଟିହୀନ ସ୍ବତନ୍ତ୍ର ବିଦ୍ୟାଳୟ ଅଧୀନରେ ଚଳିତ ବର୍ଷ 8 ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନଥିଲା । ଏନେଇ ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ ଜଣାଇଥିଲେ । ସେମାନେ କରେସପଡେଣ୍ଟ ପରୀକ୍ଷା ଦେଇଥିବା ଯୋଗୁଁ ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇ ନଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରତିକ୍ରିୟା ଦେବା ସହ ଏନେଇ ସେ କିଛି କରିପାରିବେ ନାହିଁ ବୋଲି କହିଥିଲେ । ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି କ୍ଷୋଭ ପ୍ରକାଶ କରିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁରନ୍ତ ଏହି ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ନିବେଦନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details