ଆନନ୍ଦପୁର: ଠିକା କାମ ବିବାଦକୁ କେନ୍ଦ୍ରକରି ଆନନ୍ଦପୁର ପୌରପରିଷଦ କାର୍ଯ୍ୟଳୟଠାରେ ତୁମୁଳକାଣ୍ଡ ଘଟିଛି । ଅର୍ବାନ ଉଏଜ୍ ଏମ୍ପ୍ଲଏମେଣ୍ଟ ଇନିସିଏଟିଭ୍ ଯୋଜନାରେ ଆସୁଥିବା ଅର୍ଥକୁ ବିଭିନ୍ନ ସ୍ବୟଂସହୟିକା ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟ ହେବାର ନିର୍ଦ୍ଦେଶ ରହିଛି ।
ପୌରାଞ୍ଚଳ ଅନ୍ତର୍ଗତ ଫକୀରପୁରର ପୁରୁଣା ଏସଏଚଜି ମହାସଂଘ ସହ ଏକ କାମ ବାବଦରେ ପୈର କର୍ତ୍ତୃପକ୍ଷ କଥାବାର୍ତ୍ତା କରି କାମ କରିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ କିଛି ଦିନ ତଳେ ଅନ୍ୟମାନେ ଏହି କାମ ଆରମ୍ଭ କରିବାରୁ କାମ ସମ୍ପର୍କରେ ପଚାରି ବୁଝିବାକୁ ଆସିଥିବା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଦାୟୀତ୍ବରେ ଥିବା ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୃବ୍ୟବହାର କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।