ଓଡିଶା

odisha

ETV Bharat / state

ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ - ମାର୍ଚ୍ଚ 15 ସୁଦ୍ଧା ଡାକ୍ତର ନିଯୁକ୍ତି

କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଧାରଣା ଦେଇଥିଲେ ପାଟଣା ଅଞ୍ଚଳବାସୀ । ଡାକ୍ତର ନିଯୁକ୍ତି ପାଇଁ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଧାରଣାକୁ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ
ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ

By

Published : Feb 22, 2021, 2:01 PM IST

କେନ୍ଦୁଝର: ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଛି ଡାକ୍ତରୀ ପଦବୀ । ଡାକ୍ତର ନିଯୁକ୍ତି ପାଇଁ ଦାବି କରିବା ପରେ ବି କିଛି ସୁଫଳ ନାହିଁ । ଏହାର ପ୍ରତିବାଦ କରି 15ତାରିଖଠାରୁ ଡାକ୍ତରଖାନା ସମ୍ମୁଖରେ ପ୍ରତିକ ଧାରଣା ଦିଆହୋଇଥିଲା । ଡାକ୍ତର ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି ।

ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ

ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେବ ଖାଲି ପଡିଛି ଡାକ୍ତରୀ ପଦବୀ । ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି ପାଟଣା ଅଞ୍ଚଳବାସୀ । ଦାବିକୁ ସାତଦିନ ବିତି ଯାଇଛି । ସାତଦିନ ପରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାଶ, ଘଟଗାଁ ଏସଡିପିଓ, ବ୍ଲକ ଅଧକ୍ଷ ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ ।

ଦୀର୍ଘ ସମୟର ଆଲୋଚନା ପରେ ମାର୍ଚ୍ଚ 15 ସୁଦ୍ଧା ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହା ସହ ବର୍ତ୍ତମାନ ପାଇଁ ଜଣେ ଅସ୍ଥାୟୀ ଡାକ୍ତର ଭାବେ କାର୍ଯ୍ୟରତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ପ୍ରତିଶ୍ରୁତି ପରେ ଅଞ୍ଚଳବାସୀ ପ୍ରତିକ ଧାରଣାକୁ ସ୍ଥଗିତ କରିଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details