ଓଡିଶା

odisha

ETV Bharat / state

ବିକାଶ ହୋଇଛି ବିଫଳ, ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ - ରାସ୍ତା ସମସ୍ୟା କେନ୍ଦୁଝର

ରାସ୍ତା ପାଲଟିଛି ମରଣଯନ୍ତା । ସରକାର ବିକାଶର ନାରା ଦେଇ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝରରେ । ଅଧିକ ପଢ଼ନ୍ତୁ

ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ
ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ

By ETV Bharat Odisha Team

Published : Oct 18, 2023, 9:56 PM IST

ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ

କେନ୍ଦୁଝର: ରାସ୍ତା ପାଲଟିଛି ମରଣଯନ୍ତା । ସରକାର ବିକାଶର ନାରା ଦେଇ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝରରେ । ଭଲ ରାସ୍ତା ଖଣ୍ଡେ ତିଆରି କରିବା ପାଇଁ ଅଞ୍ଚଳବାସୀ ଅନେକ ଗୁହାରି କରୁଛନ୍ତି । ସେପଟେ ରାସ୍ତା ନିର୍ମାଣ କରିବା ପାଇଁ ଅନେକ ଥର ପ୍ରତିଶୃତି ମିଳିଥିଲେ ମଧ୍ୟ ସବୁ ପ୍ରତିଶୃତି ପାଣିର ଗାର ପାଲଟିଛି ।

ତେବେ କେନ୍ଦୁଝର ଜିଲ୍ଲାର ଯୋଡା ଖଣିକ୍ଷେତ୍ରକୁ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତାକୁ କେନ୍ଦୁଝର ଇନ୍‍ଫ୍ରାଷ୍ଟକ୍ଚର ଡେଭଲପମେଣ୍ଟ କମ୍ପାନୀ (କିଡକୋ) ପକ୍ଷରୁ ଉନ୍ନତିକରଣ କରାଯାଇ ଟୋଲ ଟିକସ ଆଦାୟ କରାଯାଉଥିଲା । ଟିକସ ଆଦାୟ ଅବଧି ଶେଷ ହେବାପରେ ଉକ୍ତ ରାସ୍ତା ଚଳିତବର୍ଷ ଫେବୃୟାରୀ ୧ ତାରିଖରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏହି ରାସ୍ତା ଦେଇ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବନ୍ଦରକୁ ଖଣିଜସମ୍ପଦ ପରିବହନ ହୋଇ ଆସୁଥିବାରୁ ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି ।

ପୂର୍ତ୍ତ ବିଭାଗକୁ ଏହି ରାସ୍ତା ହସ୍ତାନ୍ତର ପରେ ରାସ୍ତାକୁ ଦୁଇଭାଗରେ ବିଭାଜନ କରି କାଳିମାଟି ଠାରୁ ବାମେବାରୀ ପର୍ଯ୍ୟନ୍ତ ୫.୬୨୦କି.ମି. ରାସ୍ତା ୪ ଥାକିଆ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‍) ପାଣ୍ଠିରୁ ୬୯କୋଟି ୫୩ଲକ୍ଷ ୪୫ହଜାର ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ଆହ୍ୱାନ ଶେଷ ହୋଇଛି । ଆଖପାଖ ଗ୍ରାମର ଲୋକେ ଏହି ରାସ୍ତା ଉପରେ ବିଶେଷ ଭାବେ ନିର୍ଭରଶୀଳ ଥିବାବେଳେ ମାତ୍ରାଧିକ ଭାରିଯାନ ଚଳାଚଳ ଦୃଷ୍ଟିରୁ ଶୀଘ୍ର ଉକ୍ତ ୪ଥାକିଆ ରାସ୍ତାକୁ ନିର୍ମାଣ କରାଯାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଧନଜୀବନ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେବାକୁ ଦାବି ହୋଇ ଆସୁଛି । ଏପରିକି କାଳିମାଟି-ପଳାଶପଙ୍ଗା ରାସ୍ତା ଦେଇ ଯୋଡା ଖଣିକ୍ଷେତ୍ରର ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନରୁ ଖଣିଜସମ୍ପଦ ଟ୍ରକ ଯୋଗେ ନୟାଗଡ ଓ ପର୍ଜନପୁରକୁ ପରିବହନ ହୋଇ ଆସୁଥିବାରୁ ଏହି ରାସ୍ତା ଅଧିକାଂଶ ସମୟ ଟ୍ରାଫିକ୍‍ ସମସ୍ୟା ଦେଖାଦେଉଛି । ଫଳରେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହୋଇ ବ୍ୟାପକ ଧନଜୀବନ ହାନୀ ହେଉଥିବାରୁ ପଳାଶପଙ୍ଗା-କାଳିମାଟି ରାସ୍ତାକୁ ୪ ଥାକିଆ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗାଁକୁ ନାହିଁ ପକ୍କା ରାସ୍ତା, ଚାଲି ଚାଲି ଯାଇ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ

ଏଭଳି ସ୍ଥିତିରେ କଣ୍ଡରାପଶି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଯୋଧ୍ୟା ନାଏକଙ୍କ ନେତୃତ୍ୱରେ ସୁନାରାମ ମାଝୀ, ରାଧାକାନ୍ତ ଖିଲାର, ମହେନ୍ଦ୍ର ମହାନ୍ତ, ବୀରବର ମାଝୀ, କୁଶଧ୍ୱଜ ମାଝୀ, ମିଟୁ ତନ୍ତୀ ଓ ନିଳାମ୍ବର ମାଝୀ ପ୍ରମୁଖ ସୋମବାର ଅପରାହ୍ନରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ୨୪ଘଣ୍ଟା ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସହ ପାଣି ସିଞ୍ଚନ କରା ନଗଲେ ବୁଧବାର ସକାଳୁ ବାଧ୍ୟ ହୋଇ ରାସ୍ତା ଅବରୋଧ କରାଯାଇ ବ୍ୟାପକ ଆନ୍ଦୋଳନା କରାଯିବ ବୋଲି ସୋମବାର ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ଗ୍ରାମବାସୀଙ୍କ ଅଭିଯୋଗକୁ ନଶୁଣିବାରୁ ଆଜି ଶତାଧିକ ମହିଳା ଓ ପୁରୁଷ ମିଶି ରାସ୍ତା ଅବରୋଧ କରିଛନ୍ତି । କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ପ୍ରତ୍ୟାହୃତ ହେବ ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି । ରାସ୍ତାରୋକ ଫଳରେ ସହ ସହ ଟ୍ରକ ରାସ୍ତା କଡ଼ରେ ଠିଆ ହୋଇଛି । ଖବର ପାଇ ସଦର ଥାନା ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳକାରୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟିନଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details