ଓଡିଶା

odisha

ETV Bharat / state

ନଦୀଘାଟରୁ ବେଆଇନ ବାଲି ଉଠାଣ ପ୍ରତିବାଦରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ - anandapur latest news

ହାଟଡିହି ବ୍ଲକ କରଗୋଳା ଗାଁର ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ନେଇ ଶତାଧିକ ମହିଳା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।

protest

By

Published : Nov 9, 2019, 1:03 PM IST

ଆନନ୍ଦପୁର: ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କରଗୋଳା ଗାଁର ବୈତରଣୀ ନଦୀଘାଟରୁ ବେଆଇନ ବାଲି ଉଠାଣକୁ ବିରୋଧ କରି ଶତାଧିକ ମହିଳା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।

ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ

ତାଙ୍କର ଅଭିଯୋଗ ଲିଜଧାରୀ ଆମ୍ବୋ ବାଲିଘାଟରୁ ବାଲି ଉଠାଣ ପାଇଁ ପ୍ରଶାସନ ପଷରୁ ଅନୁମତି ନେଇଥିବା ବେଳେ ଲିଜ ବାଲିଘାଟରୁ ବାଲି ନଉଠାଇ କରଗୋଲା ଘାଟରୁ ବାଲି ଉଠାଯାଉଛି । ସେଥିପାଇଁ ଗ୍ରାମବାସୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଏଥିପ୍ରତି ପ୍ରଶାସନ ଯଦି ସେମାନଙ୍କ ଦାବି ପୂରଣ ନକରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ମହିଳା ମାନେ ।

ତେବେ ମହିଳାମାନଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ କମଳାକାନ୍ତ ପଣ୍ଡା ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଆନ୍ଦୋଳନରୁ ଓହରିଛନ୍ତି ।


ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details