ଓଡିଶା

odisha

ETV Bharat / state

ପବିତ୍ର ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଗାଁ ଗହଳି - ମକର ସଂକ୍ରାନ୍ତି ଖବର

ପବିତ୍ର ମକର ସଂକ୍ରାନ୍ତି ପାଇଁ ଗାଁରେ ଲୋକମାନଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାରେ ଗାଁରେ ଚାଲିଛି ମକର ପ୍ରସ୍ତୁତି । କିଏ ଘରଦ୍ବାର ଲିପା ପୋଛା କରୁଛି ତ ଅନ୍ୟ କିଏ ବିଭିନ୍ନ ରଙ୍ଗ ଦେଇ ଘରକୁ ଆକର୍ଷଣୀୟ ଢଙ୍ଗରେ ସଜାଇବାରେ ବ୍ୟସ୍ତ । ଅଧିକ ପଢନ୍ତୁ...

makara festival in kendujhar
ପବିତ୍ର ମକର ସଂକ୍ରାନ୍ତି ପାଇଁ ଗାଁରେ ଚାଲିଛି ପ୍ରସ୍ତୁତି

By

Published : Jan 13, 2021, 7:51 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ଗାଁରେ ଚାଲିଛି ମକର ପ୍ରସ୍ତୁତି । ପବିତ୍ର ମକର ସଂକ୍ରାନ୍ତି ପାଇଁ ଗାଁରେ ଲୋକମାନଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ମକର ପାଳନକୁ ନେଇ ଗାଁରେ ପୂର୍ବ ପ୍ରସ୍ତୁତି ଚାଲିଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଜୁଗଳକିଶୋରପୁର ଗାଁ ।

ପବିତ୍ର ମକର ସଂକ୍ରାନ୍ତି ପାଇଁ ଗାଁରେ ଚାଲିଛି ପ୍ରସ୍ତୁତି

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ମକର ହେଉଛି ଗଣପର୍ବ । ଆଦିବାସୀମାନେ ଲିପାପୋଛା କରିବା ସହ ବିଭିନ୍ନ ରଙ୍ଗରେ ଘରକୁ ସଜାଇଥାନ୍ତି । ଏଥି ସହ ଗାଁ ହାଟରେ ମକର ପାଇଁ ବିଭିନ୍ନ ସାମଗ୍ରୀ କିଣିଥାନ୍ତି । ପିଠାପଣା ଖାଇବା ସହ ନାଚଗୀତ କରି ମକରର ସଭିଏଁ ଆନନ୍ଦ ଉଠାଇଥାନ୍ତି । ମକର ପାଇଁ ପୁରା ଗାଁ ଏବେ ଚଳଚଞ୍ଚଳ । କିଏ ଘରଦ୍ବାର ଲିପା ପୋଛା କରୁଛି ତ ଅନ୍ୟ କିଏ ବିଭିନ୍ନ ରଙ୍ଗ ଦେଇ ଘରକୁ ଆକର୍ଷଣୀୟ ଢଙ୍ଗରେ ସଜାଇବାରେ ବ୍ୟସ୍ତ । ବର୍ଷକରେ ଥରେ ମକର ପର୍ବ ପାଇଁ ଲୋକଙ୍କର ଏହି ସାଜସଜ୍ଜା । ଯାହାକି କେଉଁ ଆଦିମ କାଳରୁ ପରିବେଶ ସ୍ଵଛତା ଉପରେ ଗୁରୁତ୍ୟ ଦିଆଯାଇ ଆସୁଅଛି । କାନ୍ଥବାଡରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କନ କରି ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟକରଣ କରିଥାନ୍ତି । ବିଶେଷକରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଏଭଳି କରିଥାନ୍ତି । ମକର ପାଇଁ ଗାଁହାଟରୁ ଲୋକମାନେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଭିଡ ଜମାଇଛନ୍ତି । ଘରକୁ କୁଣିଆ ଆସିବା ସହ ପିଠାପଣା ଖାଇ ଲୋକମାନେ ନାଚଗୀତରେ ମକରର ଭରପୁର ଆନନ୍ଦ ଉଠାଇବେ । ଏଠାରେ ମକର 3 ଦିନରୁ ଆରମ୍ଭ ହୋଇ 7 ଦିନ ଧରି ପାଳିତ ହୋଇଥାଏ ।

ସେପଟେ କୋରନା କଟକଣା ଭିତରେ କେନ୍ଦୁଝର ଜିଲ୍ଲାର ଗଣପର୍ବ ପାଳନ କରୁଥିବା ଆଦିବାସୀ ମାନେ ମଧ୍ୟ ଗଣପର୍ବକୁ ବଞ୍ଚେଇ ରଖିବାକୁ କରୁଛନ୍ତି ଉଦ୍ୟମ। ଏହି ପ୍ରଥା ଓ ପରମ୍ପରାର ଲୋକପର୍ବକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଆମୋଦପ୍ରମୋଦ କରିବା ସହ ମନୋରଞ୍ଜନର କରିଥାନ୍ତି । ଯାହାକି ସେମାନଙ୍କ ମହନୀୟତାକୁ ପ୍ରତିପାଦିତ କରିପାରୁଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

ABOUT THE AUTHOR

...view details