କେନ୍ଦୁଝର: ଝୁମ୍ପୁରା ବ୍ଲକ ବଡ଼ନେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବିରେ ୪ ଦିନ ହେବ ସ୍କୁଲ ଫାଟକରେ ଝୁଲୁଛି ତାଲା । ବର୍ଷା ଯୋଗୁଁ ପଞ୍ଚାୟତରେ ଚାଲିଛି ପାଠପଢା ।
ସ୍କୁଲରେ ବ୍ୟାପକ ଅନିୟମିତତା, ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦିଆ ଯିବା ସହିତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ହେନାରାଣୀ ସ୍ୱାଇଁ ଅଭିଭାବକମାନଙ୍କୁ ଦୁର୍ବ୍ୟବହାର କରୁଥିବା ପ୍ରତିବାଦ କରିଥିଲେ ଜନସଧାରଣ । ଗତ ଶନିବାର ଦିନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବି କରି ସ୍କୁଲ ମୁଖ୍ୟ ଫାଟକ ସହିତ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଲୋକେ ପ୍ରତିବାଦ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ଆଜକୁ ୪ ଦିନ ହେଲା ସ୍କୁଲରେ ତାଲା ପଡିଛି ।