ଓଡିଶା

odisha

ETV Bharat / state

ଘାଗରା ନାଳ ପୋଲ ନିର୍ମାଣକୁ ନେଇ ତାତିଲେ ଲୋକେ - କେନ୍ଦୁଝର ଜିଲ୍ଲା ମଠସାହି ଗ୍ରାମ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ମଠସାହି ଗ୍ରାମକୁ ସଂଯୋଗ କରୁଥିବା ପୋଲ ଲଗାଣ ବର୍ଷାରେ ଭାଙ୍ଗିଯାଇଛି । ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ବି କେହି କର୍ଣ୍ଣପାତ କରୁନଥିବା ହେତୁ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ ।

ବ୍ରିଜ ନିର୍ମାଣ ଦାବିରେ ଗ୍ରାମବାସୀ

By

Published : Nov 14, 2019, 11:58 AM IST


ଆନନ୍ଦପୁର: ଲଗାଣ ବର୍ଷାରେ ଭାଙ୍ଗି ଗଲା ଦୁଇ ଗାଁର ଯାତାୟତର ଜୀବନ ରେଖା ପାଲଟିଥିବା ଏକମାତ୍ର ପୋଲ । ଫଳରେ ନା ଗ୍ରାମକୁ ଆସିପାରୁଛି ଜରୁରୀକାଳୀନ ସେବା ଗାଡ଼ି ନା କୌଣସି ଅତ୍ୟାବଶ୍ୟକ ଜିନିଷ । ଶତାଧିକ ଲୋକ ଅସୁବିଧାରେ ଯାତାୟତ କରୁଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାକି ଜନ ଆନ୍ଦୋଳନର ଆଭାସ ଦେଉଛି ।

ବ୍ରିଜ ନିର୍ମାଣ ଦାବିରେ ଗ୍ରାମବାସୀ

ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ମଠସାହି ଗ୍ରାମ କଥା । ଯେଉଁଠିକୁ ଯିବା ପାଇଁ ରହିଛି ଏକମାତ୍ର ରାସ୍ତା । ଯାହା ଉପରେ ୨ଟି ଗ୍ରାମର ଶତାଧିକ ଲୋକମାନେ ନିର୍ଭର କରିଥାନ୍ତି । ବର୍ଷା ଦିନରେ ଗ୍ରାମବାସୀମାନେ ବହୁ ଅସୁବିଧାରେ ଘାଗରା ନାଳଟିକୁ ପାର ହେଉଥିବା ବେଳେ ଦୀର୍ଘ ଦିନର ଦାବି ପରେ ନିର୍ମିତ ହୋଇଥିଲା ଏହି ପୋଲ । ହେଲେ ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ଓ ଠିକାଦାର ଲାଭଖୋର ମନଭାବ ଯୋଗୁଁ ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ ।

୨ ଟି ଗ୍ରାମକୁ ଗୋଟିଏ ରାସ୍ତା ହୋଇଥିବାରୁ ପୋଲ ଭାଙ୍ଗିଯିବା ଫଳରେ ବହୁ ଅସୁବିଧା ହେଉଥିବା ବେଳେ ପୋଲର ମରାମତି ପାଇଁ ଅଞ୍ଚଳବାସୀଙ୍କର ଦାବି ହେଉଛି । ଏବିଷୟରେ ଜିଲ୍ଲାର ପିଡ଼ି (ପଞ୍ଚାୟତିରାଜ ବିଭାଗ)ଙ୍କୁ ପଚାରିବାରୁ ସେ ଜାଣିନଥିବା ବେଳେ ଆମ ପାଖରୁ ଖବର ପାଇଲେ ଏବଂ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details