କେନ୍ଦୁଝର:ମାଳ ମାଳ ଖଣି କମ୍ପାନୀ ସହ ମାଳ ମାଳ ଖାଲଖମାରେ ଭର୍ତ୍ତି ବରପୁର ରାସ୍ତା । ପ୍ରତିଦିନ ଏଠାରେ ଶହ ଶହ ଟ୍ରକ ଯାତାୟାତ କରୁଛି । ଫଳରେ ଗାଁକୁ ଏକ ସୁଗମ ରାସ୍ତା ନଥିବାରୁ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାଳୀମାଟି ପଞ୍ଚାୟତ ଅନ୍ତର୍ଗତ ପୁରୁଣାଢ଼ିହି ଗ୍ରାମରେ ।
ଗ୍ରାମ ନିତ୍ୟ ବ୍ୟବହାର୍ଯ୍ୟ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଟ୍ରକ ଚଳାଚଳ କରୁଛି । ଏହା ଫଳରେ ଉକ୍ତ ରାସ୍ତା ଖାଲ ଖମାରେ ଭରି ଯାଇଛି । ଏନେଇ ପୁରୁଣାଡ଼ିହି ଗ୍ରାମବାସୀ ବିରୋଧ କରିବାରୁ ପ୍ରଶାସନ ପକ୍ଷରୁ ଟେଣ୍ଡର ହୋଇଛି । କିନ୍ତୁ ଟେଣ୍ଡର ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଫଳରେ ଗ୍ରାମର ଏକ ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।