ଓଡିଶା

odisha

ETV Bharat / state

5ହଜାର ଲାଞ୍ଚ ନେଇ ଧରାପଡିଲେ ଚମ୍ପୁଆ ଆକାଉଣ୍ଟାଣ୍ଟ - vigilance

5 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚମ୍ପୁଆ ଆର.ଏମ.ସି ବିଭାଗର ଆକାଉଣ୍ଟାଣ୍ଟ ଜନାର୍ଦ୍ଦନ ପୃଷ୍ଟି। ତାଙ୍କୁ ଆଜି ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

By

Published : Apr 3, 2019, 5:59 PM IST

କେନ୍ଦୁଝର:5 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଚମ୍ପୁଆ ଆର.ଏମ.ସି ବିଭାଗର ଆକାଉଣ୍ଟାଣ୍ଟ ଜନାର୍ଦ୍ଦନ ପୃଷ୍ଟି। ତାଙ୍କୁ ଆଜି ଗିରଫ କରାଯାଇଛି । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଧବା ପତ୍ନୀଙ୍କଠୁ ବକେୟା ବାବଦରେ ଅର୍ଥ ମଞ୍ଜୁରୀ କରାଇବା ପାଇଁ 10ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁସାରେ, ଜନାର୍ଦ୍ଦନ ପୃଷ୍ଟିଙ୍କ କାର୍ଯ୍ୟାଳୟରେ ମାର୍କେଟ ଗାର୍ଡ ହରେକୃଷ୍ଣ ମହାନ୍ତ ଗତ 2014 ମସିହାରେ ଅବସର ଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ଦେହାନ୍ତ ହେବା ପରେ ତାଙ୍କ ଛୁଟି ବାବଦ ଅର୍ଥ ମଞ୍ଜୁର କରାଇବାକୁ ତାଙ୍କ ବିଧବା ପତ୍ନୀ ମହାନ୍ତଙ୍କ ଠାରୁ 10 ହଜାର ମାଗିଥିଲେ । ତେବେ 5 ହଜାର ଟଙ୍କାର ମୂଲଚାଲ ପରେ ଅନିତା କେନ୍ଦୁଝର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ଆଜି ଅନିତା ଚମ୍ପୁଆ ଆରଏମସି ବିଭାଗ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟଙ୍କୁ ଏହି ଟଙ୍କା ଦେଉଥିବା ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା । ଡିଏସପି ଦେବଦତ୍ତ ସେଠଙ୍କ ତତ୍ବାବଧାନରେ କେନ୍ଦୁଝର ଓ ବାଲେଶ୍ବର ଭିଜିଲାନ୍ସ ବିଭାଗର ଅନ୍ୟ ସହଯୋଗୀମାନେ ଏହି ଚଢାଉରେ ସାମିଲ ହୋଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟଭି ଭାରତ

ABOUT THE AUTHOR

...view details