କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ଘର ପ୍ଲାନ ଅନୁମୋଦନ ପାଇଁ ଜଣେ ବ୍ୟକ୍ତିଙ୍କୁ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ ।
ଲାଞ୍ଚ ନେଇ ଫସିଗଲେ ସରକାରୀ ବାବୁ - ଭିଜିଲାନ୍ସ ଜାଲ
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦୁଝର ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସ। ଘର ପ୍ଲାନ ଅନୁମୋଦନ ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାଳୟ ଓ କେନ୍ଦୁଝର ବାସଭବନ ସ୍ଥିତ ଏକକାଳୀନ ଚଢାଉ କରାଯାଇଥିଲା। ଦୀର୍ଘଦିନ ଧରି ଅନ୍ତର୍ଯ୍ୟାମୀଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭିଜିଲାନ୍ସ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ