କେନ୍ଦୁଝର:କୋରୋନା ମୁକାବିଲାକୁ ନେଇ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ଖାଉଟି ସାମଗ୍ରୀ, ପନିପରିବା, ମାଛମାଂସ, ଔଷଧ ଆଦି ଦୋକାନ ଖୋଲା ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହି ଦୋକାନ ଗୁଡିକରେ ଲୋକଙ୍କ ଗହଳି ବଢିବାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ପରିବା ଦୋକାନର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଭ୍ରାମ୍ୟମାଣ ପରିବା ଦୋକାନର ଶୁଭାରମ୍ଭ କରିଛନ୍ତି ।
କେନ୍ଦୁଝରରେ ଭ୍ରାମ୍ୟମାଣ ପରିବା ଦୋକାନ, ଶୁଭାରମ୍ଭ କଲେ ଜିଲ୍ଲାପାଳ - କେନ୍ଦୁଝର ଲକ ଡାଉନ
ଘର ପାଖରେ ପନିପରିବା ପାଇବେ କେନ୍ଦୁଝରବାସୀ। ଭ୍ରାମ୍ୟମାଣ ପରିବା ଦୋକାନର ଶୁଭାରମ୍ଭ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ....
![କେନ୍ଦୁଝରରେ ଭ୍ରାମ୍ୟମାଣ ପରିବା ଦୋକାନ, ଶୁଭାରମ୍ଭ କଲେ ଜିଲ୍ଲାପାଳ vegetable shop started door to door in kendujhar](https://etvbharatimages.akamaized.net/etvbharat/prod-images/768-512-6645725-thumbnail-3x2-kjr-jp.jpg)
ଭ୍ରାମ୍ୟମାଣ ପରିବା ଦୋକାନ ଶୁଭାରମ୍ଭ
ଭ୍ରାମ୍ୟମାଣ ପରିବା ଦୋକାନ ଶୁଭାରମ୍ଭ
ସୁଲଭ ମୂଲ୍ୟରେ ପନିପରିବା ଲୋକଙ୍କ ଘର ପାଖରେ ଯୋଗାଇ ଦେବାକୁ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଫଳରେ ଲୋକମାନେ ବଜାରକୁ ନ ଆସି ନିର୍ଦ୍ଧାରିତ ଦିନ ଓ ସମୟରେ ଘର ପାଖରେ ପନିପରିବା ସଂଗ୍ରହ କରି ପାରିବେ । କେନ୍ଦୁଝର ସହରର ବିଭିନ୍ନ ୱାର୍ଡ ବା ସାହିକୁ ଯାଇ ଭ୍ରାମ୍ୟମାଣ ପରିବା ଦୋକାନ ସୁଲଭ ମୂଲ୍ୟରେ ଲୋକଙ୍କୁ ପରିବା ଯୋଗାଇବ।
କେନ୍ଦୁଝରରୁ ସନ୍ତୋଷ କୁମାର ପାତ୍ର, ଇଟିଭି ଭାରତ