କେନ୍ଦୁଝର: ଦେଶରେ ଜାରି ରହିଛି କୋରୋନା(corona) ବିରୋଧି ଲଢେଇ । ଏହା ମଧ୍ୟରେ ଆଜିଠୁ ଦେଶର ସମସ୍ତ 15-18 ବର୍ଷ ବୟସ୍କର କିଶୋର-କିଶୋରୀ(teenager ) ନେବେ ଟିକା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଞ୍ଜିକରଣ କରିଥିବା ପିଲାଙ୍କୁ ଆଜି ଟିକା ଦିଆଯାଉଛି । ଏପଟେ କେନ୍ଦୁଝରରେ ମଧ୍ୟ ଟୀକାକରଣ(Covid Vaccination) ଆରମ୍ଭ ହୋଇଯାଇଛି । ଏହି ବୟସ ବର୍ଗଙ୍କୁ ଭାରତ ବାୟୋଟେକ(bharat Biotech) ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଥିବା ଜଣାଯାଇଛି। ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ କିଶୋରଙ୍କୁ ଟୀକାକରଣରେ ଅନ୍ତର୍ଭୁକ୍ତ କରାଯାଇଛି ।
କୋରୋନା ଟିକାର ପ୍ରଥମ ଡୋଜ ନେବାର ୨୮ଦିନ ପରେ ଦ୍ବିତୀୟ ଡୋଜ ନେବେ । ତେବେ ଟୀକାକରଣ ନେଇ ଜାନୁଆରୀ ୧ରୁ COWINରେ ଆରମ୍ଭ ହୋଇଥିଲା ପଞ୍ଜିକରଣ । ନିଜର ପରିଚୟ ପତ୍ର ଦେଖାଇ ପଞ୍ଜିକରଣ କରିଥିଲେ ହିତାଧିକାରୀ । ଗତକାଲି ସୁଦ୍ଧା(ରବିବାର) ଦେଶରେ ମୋଟ ୬ଲକ୍ଷ କିଶୋର-କିଶୋରୀ ଟୀକାକରଣ ନେଇ ପଞ୍ଜିକରଣ କରିଥିବା ଦର୍ଶାଯାଇଛି । ଟୀକାକରଣ ପୂର୍ବରୁ ଗତକାଲି ରାଜ୍ୟମାନଙ୍କର ସ୍ଥିତି ସମୀକ୍ଷା କରିବା ସହ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।