ଓଡିଶା

odisha

ETV Bharat / state

ଅଜଣା ମୃତଦେହ ପୋତିବାକୁ ଆସି ପୋଲିସ ହଟହଟା

ଏକ ଅଚିହ୍ନା ମୃତ ଦେହକୁ ମଲ୍ଲୀପଶି ଗ୍ରାମ ନିକଟ କାଶିଆ ଜଙ୍ଗଲରେ ଘଟଗାଁ ପୋଲିସ ପୋତୁଥିବା ସମୟରେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

By

Published : Aug 23, 2020, 4:02 PM IST

ଅଜଣା ମୃତଦେହକୁ ପୋତିବାକୁ ଆସି ପୋଲିସ ହଟହଟା
ଅଜଣା ମୃତଦେହକୁ ପୋତିବାକୁ ଆସି ପୋଲିସ ହଟହଟା

କେନ୍ଦୁଝର: ଜିଲ୍ଲା ମଲ୍ଲୀପଶି ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏକ ଅଚିହ୍ନା ମୃତ ଦେହକୁ ମଲ୍ଲୀପଶି ଗ୍ରାମ ନିକଟ କାଶିଆ ଜଙ୍ଗଲରେ ଘଟଗାଁ ପୋଲିସ ପୋତୁଥିବା ସମୟ ରେ ଗ୍ରାମବାସୀ ଦେଖି ପ୍ରତିବାଦ କରିବା ସହିତ ପୋଲିସକୁ ଅଟକ ରଖିଛନ୍ତି।

ସୂଚନା ମୁତାବକ, ଏକ ଅଚିହ୍ନା ମୃତ ଦେହକୁ ଘଟଗାଁ ପୋଲିସ କାଶିଆ ଜଙ୍ଗଲରେ ଜେସିବି ସାହାଯ୍ୟରେ ଖାତ ଖୋଳି ପୋତୁଥିଲା। ଗ୍ରାମବାସୀ ଅଚିହ୍ନା ମୃତଦେହକୁ ଦେଖି ସଂକ୍ରମିତ ଭୟରେ ପୋଲିସକୁ ଅଟକ ରଖି ଅଞ୍ଚଳକୁ ସାନିଟାଇଜ ଦାବିରେ ଅଡି ବସିଛନ୍ତି।

ଅଜଣା ମୃତଦେହକୁ ପୋତିବାକୁ ଆସି ପୋଲିସ ହଟହଟା

ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ପୋଲିସ ଘଟଣା ସ୍ଥଳରୁ ମୃତଦେହକୁ ଉଠାଇ ନେଇଥିବା ବେଳେ ଉତ୍ୟକ୍ତ ଲୋକେ ପୋଲିସକୁ ଅଟକ ରଖିଥିବା ଜଣାପଡିଛି । ତେବେ ଏ ମୃତଦେହ କାହାର କାହିଁକି ଏଠାରେ ପୋଲିସ ପୋତୁଥିଲା ତାହା ଜଣା ପଡିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details