କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା(Union Tribal Affairs Minister Arjun Munda) । ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ପ୍ରଥମେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳର ବିଭିନ୍ନ ପଦାଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଥିଲେ । ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ଜିଲ୍ଲାପାଳଙ୍କ ମିନି କନ୍ଫରେନ୍ସ ହଲ୍ରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
କେନ୍ଦୁଝରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଭିନ୍ନ ସରକାରୀ କାର୍ଯ୍ୟର କଲେ ସମୀକ୍ଷା - କେନ୍ଦୁଝରରେ କେନ୍ଦ୍ରମନ୍ତ୍ରୀ
କେନ୍ଦୁଝର ଜିଲ୍ଲାପାଳଙ୍କ ମିନି କନ୍ଫରେନ୍ସ ହଲ୍ରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଅଧିକ ପଢନ୍ତୁ
Arjun Munda Visit Keonjhar: ବିଭିନ୍ନ ସରକାରୀ କାର୍ଯ୍ୟର କଲେ ସମୀକ୍ଷା
ଏହି ବୈଠକରେ ମନ୍ତ୍ରୀ ମୁଣ୍ଡା ଆଦିବାସୀଙ୍କ କ୍ଷେତ୍ରରେ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଆଦିବାସୀଙ୍କ ଅଧିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । କେନ୍ଦୁଝର ଏକ ଐତିହାସିକ ଜିଲ୍ଲା ହୋଇଥିବାରୁ ଏହାର ଉନ୍ନତିକରଣ ପାଇଁ ଆହୁରି କାର୍ଯ୍ୟ କରିବାର ଆବଶ୍ୟକତା ଥିବା ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି । ଉକ୍ତ ବୈଠକରେ ଜିଲ୍ଲାପାଳଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କେନ୍ଦୁଝର
Last Updated : Jul 30, 2022, 6:59 PM IST