କେନ୍ଦୁଝର: ବହୁ ଚର୍ଚ୍ଚିତ 1800 କୋଟି ଉଲିବୁର ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ମାସିକିଆ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି । 2013ରେ କଟକ ସେଣ୍ଟ୍ରାଲ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ କେନ୍ଦୁଝର ଜେଲରେ ଥିଲେ । ଏହି 7 ବର୍ଷ ଭିତରେ ତାଙ୍କର ଜାମିନ ବାରମ୍ବାର ଖାରଜ ହୋଇଥିଲା । କିନ୍ତୁ ଏବେ କୋରୋନାକୁ ଦୃଷ୍ଟିରେ ରଖି ମାନ୍ୟବର ହାଇକୋର୍ଟ ତାଙ୍କୁ 1 କୋଟି ନଗଦ ଜମାନତ ଓ 2 କୋଟି ଲେଖାଏଁ 2 ଜଣ ଜାମିନଦାର ସର୍ତ୍ତରେ ଆସନ୍ତା 28 ଜୁଲାଇ 2020 ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଛାଡିଛନ୍ତି ।
ଉଲିବୁର ଖଣି ଦୁର୍ନୀତି ମାମଲା: 7ବର୍ଷ ପରେ ଜାମିନରେ ମୁକ୍ତ ହେଲେ ଦୀପକ ଗୁପ୍ତା - ଉଲିବୁର ଖଣି ଦୁର୍ନୀତି
ବହୁ ଚର୍ଚ୍ଚିତ 1800 କୋଟି ଉଲିବୁର ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ମାସିକିଆ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି । ଅଧିକ ପଢନ୍ତୁ...
ଉଲିବୁର ଖଣି ଦୁର୍ନୀତି ମାମଲା:7ବର୍ଷ ପରେ ଜାମିନରେ ମୁକ୍ତ ହେଲେ ଦୀପକ ଗୁପ୍ତା
ସର୍ତ୍ତ ଅନୁଯାୟୀ ଶନିବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଟଙ୍କା ଦାଖଲ କରିବା ପରେ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ ବାହାରିଛନ୍ତି । ଏହି ଘଟଣାରେ ମୋଟ ୨୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏଥିମଧ୍ୟରୁ ବର୍ତ୍ତମାନ ୪ ଜଣ ଫେରାର ଥିବା ବେଳେ ଦୁଇ ଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧରେ କେସ କରିବାକୁ ସରକାର ଅନୁମତି ଦେଲେ ନାହିଁ । ଏବେ ବି ଦୀପକ ଗୁପ୍ତାଙ୍କ ପରିବାର ସହ ରାଉତରାୟ ମୁର୍ମୁ ଓ ଜଗଦୀଶ ମିଶ୍ରଙ୍କ ନାମରେ ୱାରେଣ୍ଟ ଜାରି ଅଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Jun 27, 2020, 8:47 PM IST