କେନ୍ଦୁଝର: ରାଜରାସ୍ତାକୁ ଓହ୍ଲାଇବେ ଉଜ୍ଜ୍ୱଳା ଦିଦି । କର୍ମ କ୍ଷେତ୍ରରେ ବ୍ୟାପକ ଅନିୟମିତତା ନେଇ ଆଣିଲେ ଅଭିଯୋଗ । ନିଯୁକ୍ତି ଦେବା ସମୟରେ ଅନେକ ନିୟମ ରହିଥିଲା । ହେଲେ ତାହା କୌଣସି ଦିଗରେ କାର୍ଯ୍ୟକାରୀ ହେଉ ନାହିଁ । ଯାହାକୁ ନେଇ ଗତକାଲି ଉଜ୍ଜଳା କର୍ମଚାରୀ ସଂଘ ପକ୍ଷରୁ ଏକ ଜିଲ୍ଲା ସ୍ଥରୀୟ ବୈଠକ ସ୍ଥାନୀୟ ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ତେବେ କେନ୍ଦ୍ର ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାଗୁଡ଼ିକ ମଧ୍ୟରେ ଉଜ୍ଜ୍ବଳା ଯୋଜନା ଅନ୍ୟତମ । ଏହି ଯୋଜନା ମାଧ୍ୟମରେ ବିପିଏଲ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଇଥିଲା । ସେହିପରି ଏହି ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ସରକାର ଉଜ୍ଜ୍ବଳା ଦିଦିଙ୍କୁ ନିଯୁକ୍ତ କରିଥିଲେ । ଏହି ଦିଦି ମାନେ ଘରଘର ବୁଲି ଗରିବ ହିତାଧିକାରୀଙ୍କୁ ଗ୍ୟାସ ଯୋଗାଇ ଦେଇଥିଲେ। ଏହା ସହ ଉଜ୍ଜ୍ବଳା ବଲ୍ ମଧ୍ୟ ଯୋଗାଣ କାର୍ଯ୍ୟ ଦିଦି ମାନଙ୍କ ଦ୍ଵାରା ସରକାର କାର୍ଯ୍ୟ କରାଇଥିଲେ । ଆଉ ଏଥିପାଇଁ ସରକାର ଦିଦିମାନଙ୍କୁ କମିଶନ ମାଧ୍ୟମରେ ପାଉଣା ଦେଇଥିଲେ । ହେଲେ ବର୍ତ୍ତମାନ ଏହି ଉଜ୍ଜଳା ଦିଦିଙ୍କୁ ସରକାର ଆଉ କୌଣସି ଯୋଜନାରେ ଅନ୍ତର୍ଭକ୍ତ କରୁ ନଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦିମାନେ।