ଆନନ୍ଦପୁର: ପଡୋଶୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର । ଆନନ୍ଦପୁର ଥାନା ଫକୀରପୁର ଗାଁରେ ପଡୋଶୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମହିଳା ଗାଁର ସଂଞ୍ଜୁଲତା ଓ କନକ । ଏମାନେ ସମ୍ପର୍କରେ ଦୁହେଁ ଦୁଇ ଜାଆ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଭରତଙ୍କ ୨ବର୍ଷର ନାତୀ ପଡିଶା ଘର ଦୁଆରେ ଶୌଚ ହେବାକୁ କେନ୍ଦ୍ରକରି ସଂଞ୍ଜୁଲତାଙ୍କ ସହ ପଡିଶା ଘରର ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲା ।