ଓଡିଶା

odisha

ETV Bharat / state

ବୈତରଣୀରୁ 2ଟି ଅଚିହ୍ନା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ବୈତରଣୀ ନଦୀରୁ ଏକ ମୃତଦେହ ଉଦ୍ଧାର

ବୈତରଣୀ ନଦୀରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ପରିଚୟ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

dead body
ବୈତରଣୀ ନଦୀରୁ ଅଚିହ୍ନା ମୃତଦେହ ଉଦ୍ଧାର

By

Published : Feb 8, 2020, 11:59 AM IST

Updated : Feb 8, 2020, 3:52 PM IST

କେନ୍ଦୁଝର: ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ସେଥିରେ ଜଣେ ଯୁବକ ଓ ମହିଳାଙ୍କ ମୃତଦେହ ରହିଛି । ଏହାକୁ କେହି ହତ୍ୟା କରି ଆଣି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଶନିବାର ସକାଳୁ ନଦୀ କୂଳରେ ଏକ ଅଖା ବସ୍ତା ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବରପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉକ୍ତ ବସ୍ତାକୁ ଖୋଲି ଦେଖିବାରୁ ସେଥିରୁ 2ଟି ମୃତଦେହ ବାହାରିଥିଲା ।

ବୈତରଣୀ ନଦୀରୁ ଅଚିହ୍ନା ମୃତଦେହ ଉଦ୍ଧାର

ମୃତଦେହକୁ ବସ୍ତାରେ ଭର୍ତ୍ତି କରିବା ପରେ ପଥରରେ ବାନ୍ଧି ପାଣିରେ ପକାଇ ଦିଆଯାଇଥିବା ଜଣାପଡିଛି । ଉଭୟଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Feb 8, 2020, 3:52 PM IST

ABOUT THE AUTHOR

...view details