ଓଡିଶା

odisha

By

Published : Nov 5, 2020, 1:37 PM IST

ETV Bharat / state

ଶୌଚ ପାଇଁ ଯାଇଥିବା ବେଳେ କଚାଡିଲା ଦନ୍ତା, 2 ଗୁରୁତର

ଶୌଚ ପାଇଁ ଯାଇଥିବା ସମୟରେ ଦୁଇ ଜଣଙ୍କୁ କଚାଡିଲା ହାତୀ । ବନବିଭାଗ ଖୁବଶୀଘ୍ର ହାତୀ ଘଉଡାଇବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ଶୌଚ ପାଇଁ ଯାଇଥିବା ବେଳେ କଚାଡିଲା ହାତୀ, 2 ଗୁରୁତର
ଶୌଚ ପାଇଁ ଯାଇଥିବା ବେଳେ କଚାଡିଲା ହାତୀ, 2 ଗୁରୁତର

କେନ୍ଦୁଝର: ଶୌଚ ପାଇଁ ଯାଇଥିବା ବେଳେ କଚାଡିଲା ହାତୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜର ଜମ୍ବିରିପଶି ଗ୍ରାମରେ ଆଜି(ଗୁରୁବାର) ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଚନ୍ଦ୍ରମଣି ବାରିକ ଓ ହାରମଣି ମହାକୁଡ ସକାଳେ ଶୌଚ ପାଇଁ ନାଳ ପାଖକୁ ଯାଇଥିବା ବେଳେ ଏକ ଦନ୍ତାହାନ୍ତୀ ଆକ୍ରମଣର ଶିକାର ହୋଇଛନ୍ତି । ଗାଁ ନିକଟସ୍ଥ ଜଙ୍ଗଲରୁ ଗାଁଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଂଶପାଳ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଶୌଚ ପାଇଁ ଯାଇଥିବା ବେଳେ କଚାଡିଲା ହାତୀ, 2 ଗୁରୁତର

ସୂଚନାଯୋଗ୍ୟ, ଏକ ଗୋଠଛଡା ଦନ୍ତାହାତୀ କିଛିଦିନ ହେବ କୁଶକଳା, ଜମ୍ବିରିପଶି, କଲଣ୍ଡା ଆଦି ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛି । ଜମ୍ବିରିପଶି ଗାଁର ଚନ୍ଦ୍ରମଣି ଓ ହାରମଣି ଆଜି ଶୌଚ ପାଇଁ ନାଳ ପାଖକୁ ଯାଇଥିବା ବେଳେ ଦନ୍ତାହାତୀ ସହ ମୁହାଁମୁହିଁ ହୋଇଥିଲେ । ହାତୀଟି ପ୍ରଥମେ ଚନ୍ଦ୍ରମଣଙ୍କୁ ଟେକି କଚାଡି ଦେଲା ପରେ ହାରମଣିଙ୍କୁ ଆକ୍ରମଣ କରିଥିଲା । ଫଳରେ ଉଭୟ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି । ତେବେ ବନବିଭାଗ ଖୁବଶୀଘ୍ର ହାତୀକୁ ଘଉଡାଇାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details