କେନ୍ଦୁଝର: ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ମୁଣ୍ଡା ସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସାହିର ଯୋଗୀ ମୁଣ୍ଡା ଓ ତାଙ୍କ ଭାଇ ସୁଶୀଲଙ୍କ ଦୁଇ କନ୍ୟାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଗୁରୁବାର ଅପରାହ୍ନରେ ଘରେ କୌଣସି ପରିବାର ସଦସ୍ୟ ନଥିବା ବେଳେ ଘର ନିକଟସ୍ଥ ପୋଖରୀକୁ ଯାଇ ଦୁଇ ଶିଶୁ କନ୍ୟା ଖେଳୁଥିଲେ । ତେବେ ଗୋଡ଼ ଖସି ଯିବାରୁ ଦୁହେଁ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।
ପୋଖରୀରେ ବୁଡି 2 ଶିଶୁଙ୍କ ସଲିଳ ସମାଧି
ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ମୁଣ୍ଡା ସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସାହିର ଯୋଗୀ ମୁଣ୍ଡା ଓ ତାଙ୍କ ଭାଇ ସୁଶୀଲଙ୍କ ଦୁଇ କନ୍ୟାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ...
ଦୁଇ ଶିଶୁ କନ୍ୟାଙ୍କ ବାପାମାଆ କାମରୁ ଫେରି ଦେଖିବା ବେଳେ ପିଲାମାନଙ୍କୁ ଘରେ ପାଇନଥିଲେ । ପରେ ବହୁ ଖୋଜାଖୋଜି ପରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଯୋଗୀ ମୁଣ୍ଡାଙ୍କ ୩ ବର୍ଷର ଝିଅ ଏବଂ ତାଙ୍କ ସାନ ଭାଇ ସୁଶୀଲର ୪ ବର୍ଷର ଝିଅ ବୋଲି ଜଣା ପଡ଼ିଛି । ଦୁଇ କୋମଳମତୀ ଶିଶୁଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେଲକୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରର ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ